ନୂଆଦିଲ୍ଲୀ: ସେ ମଣିଷ ନୁହଁ, ଏଲିଅନ। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ନେଇ ଏଭଳି କହିଲେ ଲେଖକ ତଥା ଶିକ୍ଷାବିତ୍ ଆନନ୍ଦ ରଙ୍ଗନାଥନ୍। ପ୍ରାୟ ତିନି ମାସ ପୂର୍ବେ ୨୦୨୩ ନଭେମ୍ବରରେ ଲୋକପ୍ରିୟ ୟୁଟ୍ୟୁବର ରାଜ ଶମାନୀଙ୍କୁ ସାକ୍ଷାତକାର ଦେଇଥିଲେ ଆନନ୍ଦ। ହେଲେ ଏବେ ତାଙ୍କର ସେହି ଭିଡିଓ ଭାଇରାଲ ହେଉଛି। ପୋଡକାଷ୍ଟ ପ୍ରାୟ ଏକ ଘଣ୍ଟାର ଥିବାର ବେଳେ ଏହାର କିଛି ସେକେଣ୍ଡର ଭିଡିଓ ଏବେ ଭାଇରାଲ ହେଉଛି।

Advertisment

ଭାଇରାଲ ହେଉଥିବା ଭିଡିଓରେ ଶମାନୀ ରଙ୍ଗନାଥନଙ୍କୁ ପ୍ରଶ୍ନ କରୁଛନ୍ତି ଯେ ସେ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବା ଉଚିତ୍ ବୋଲି ଭାବୁଛନ୍ତି। ରଙ୍ଗନାଥନ୍ ଶୀଘ୍ର ନିଜର ଶ୍ରେଷ୍ଠ ୩ଜଣକ ନାମ ଜବାବରେ ଦେଉଛନ୍ତି। ସେହି ୩ଜଣ ‌ହେଲେ ନରେନ୍ଦ୍ର ମୋଦୀ, ଅମିତ ଶାହା ଏବଂ ଯୋଗୀ ଆଦିତ୍ୟନାଥ। ଏହା ପରେ ନୀତିନ ଗଡକରୀ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର କେତେ ସମ୍ଭାବନା ରହିଛି ବୋଲି ପଚାରାଯିବାରୁ ସେ କହୁଛନ୍ତି, ସେ ମଣିଷ ନୁହନ୍ତି, ସେ ଏଲିଅନ। ସେ ଯେଉଁସବୁ କାମ କରିଛନ୍ତି, ତାହା ଜଣେ ମଣିଷ କରିବା ଅସମ୍ଭବ। ପ୍ରଶଂସା କରିବା ଉଦ୍ଦେଶ୍ୟରେ‌ ସେ ଏଭଳି କହିଥିବା ଜଣାପଡ଼ିଛି।

ପରେ ସେ କହୁଥିବା ଦେଖାଯାଇଛି ଯେ, ଦେଶର ପ୍ରଧାନମନ୍ତ୍ରୀ ହେଲେ ଅନେକ ଦାୟିତ୍ବ ହାତକୁ ଆସେ। ନୀତିନ ଗଡକରୀଙ୍କ ପାଖରେ ପୂର୍ବରୁ ବହୁତ ଦାୟିତ୍ବ ରହିଛି। ଏବେ ତାଙ୍କୁ ଆହୁରି ଅଧିକ ଭାର ଦେବା ଠିକ୍ ହେବନି। ୭୦ବର୍ଷରେ ଆମେ ତିଆରି କରିଥିବା ରାଜପଥ ମଧ୍ୟରୁ ଅଧା ରାଜପଥ ଗଡ଼କରୀ ୫ବର୍ଷରେ ତିଆରି କରିଛନ୍ତି। ଆମ ପାଖରେ ଆଉ ୧୦ଟି ଗାଡକରୀ କାହିଁକି ନାହାନ୍ତି? "