ବାରାଣସୀ : ସର୍ଭେ ଓ ଭିଡିଓଗ୍ରାଫି ଚାଲିଥିବା ବେଳେ ବାରାଣସୀରେ ଥିବା ଜ୍ଞାନବାପୀ ଶୃଙ୍ଗାରଗୌରୀ ପରିସରରେ ଥିବା ଜ୍ଞାନବାପୀ ମସ୍ଜିଦ୍ ନିକଟରୁ ଦୁଇଟି ଅସ୍ପଷ୍ଟ ହୋଇଆସୁଥିବା ପ୍ରାଚୀନ ସ୍ବସ୍ତିକ ଚିହ୍ନ ଦେଖିବାକୁ ମିଳିଛି।
ଜନପ୍ରତିବାଦ ଯୋଗୁଁ ବାଧା ସୃଷ୍ଟି ହେବାରୁ ପ୍ରଶାସନ ସେର୍ଭ ଓ ଭିଡିଓଗ୍ରାଫି ଅଭିଯାନ ସ୍ଥଗିତ ରଖିଛି। ପରେ ଉକ୍ତ ସର୍ଭେ ଟିମ୍ ଗଣମାଧ୍ୟମକୁ କହିଥିଲେ ଯେ, ମସ୍ଜିଦ୍ ବାହାରେ ସେମାନେ ଦୁଇଟି ସ୍ବସ୍ତିକ ଚିହ୍ନ ଦେଖିଛନ୍ତି। ଲିଭି ଆସିଥିଲେ ବି ତାହା ଅପେକ୍ଷାକୃତ ସ୍ପଷ୍ଟ ଅଛି। ସମ୍ଭବତଃ ପ୍ରାଚୀନ କାଳରେ ସେ ଦୁଇଟିକୁ ଅଙ୍କନ କରାଯାଇଥିଲା।
/sambad/media/post_attachments/wp-content/uploads/2022/05/Mgb.jpg)
ସଂଖ୍ୟାଲଘୁ ବ୍ୟକ୍ତିମାନେ ପ୍ରତିବାଦ କରିବାରୁ ଦଳେ ଓକିଲଙ୍କୁ ଜ୍ଞାନବାପୀ ମସ୍ଜିଦ୍ ମଧ୍ୟକୁ ଛଡ଼ା ନ ଯିବାରୁ ଶନିବାର ଦିନ ମସ୍ଜିଦ୍ ବାହାରେ କେତେକ ଅଞ୍ଚଳରେ ଭିଡିଓଗ୍ରାଫି ଓ ସର୍ଭେ ବନ୍ଦ କରାଯାଇଥିଲା।
କିନ୍ତୁ, ଜ୍ଞାନବ୍ୟାପୀ ମସ୍ଜିଦ୍ ବାହାରେ ଭିଡିଓଗ୍ରାଫି ଓ ସର୍ଭେ କାର୍ଯ୍ୟ ଚାଲିବ ବୋଲି ଶନିବାର ପୂର୍ବାହ୍ନରେ ବାରାଣସୀର ଏକ ଅଦାଲତ ଆଦେଶ ଦେଇଥିଲେ। ସେ ଅଞ୍ଚଳ ପାଖରେ ଦତାରଖ କରିବା ଲାଗି ଅଦାଲତ କେତେକ ସରକାରୀ ଅଧିକାରୀ ଏବଂ ଦଳେ ଓକିଲଙ୍କୁ ନିଯୁକ୍ତି ଦେବା ପରେ ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଜ୍ଞାନବାପୀ ମସ୍ଜିଦ୍ ବାହାର କାନ୍ଥରେ ଥିଲା ହିନ୍ଦୁ ଦେବାଦେବୀଙ୍କ ପ୍ରତିମା ପୂଜା କରିବା ପାଇଁ ଅନୁମତି ଲୋଡ଼ି ଦିଲ୍ଲୀନିବାସୀ ମହିଳା ରାଖି ସିଂହ, ଲକ୍ଷ୍ମୀଦେବୀ, ସୀତା ସାହୁ ଏବଂ ଅନ୍ୟମାନେ ଆବେଦନ କରିବାରୁ ବାରାଣସୀ ଜିଲ୍ଲା ଅଦାଲତଙ୍କ ଆଦେଶକ୍ରମେ ସେଠାରେ ସର୍ଭେ କରାଯାଉଛି।