ପୁଣି ରାମଦେବଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବ ପୁଣି ବିବାଦ ଘେରକୁ ଆସିଛନ୍ତି। ଗତକାଲି ସେ ଏଲୋପାଥି ମେଡିସିନ୍ ସଂପର୍କରେ ବିବାଦୀୟ ବୟାନ ଦେଇଥିଲେ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ତାଙ୍କୁ ଏକ କଡ଼ା ଚିଠି ଲେଖି ତାଙ୍କ ମନ୍ତବ୍ୟ ଫେରାଇ ନେବାକୁ କହିଥିଲେ। ଏହାପରେ ସେ ତାଙ୍କ ବିବୃତିକୁ ଫେରାଇ ନେଇଥିଲେ। କିନ୍ତୁ ଏବେ ରାମଦେବଙ୍କ ଆଉ ଏକ ବିବାଦୀୟ ଭିଡିଓ ଭାଇରାଲ ହୋଇଛି। ଏଥିରେ ରାମଦେବ କହିଛନ୍ତି ଯେ ଦୁଇଟି ଯାକ କରୋନା ଟିକା ନେବା ପରେ ଦେଶରେ ୧୦ ହଜାର ଡାକ୍ତର ମୃତ୍ୟୁବରଣ କରିଛନ୍ତି। ଡାକ୍ତରମାନେ ଯଦି ସେମାନଙ୍କ ନିଜ ଜୀବନକୁ ବଞ୍ଚାଇ ପାରୁନାହାନ୍ତି ତାହେଲେ ସେମାନେ କି ପ୍ରକାର ଡାକ୍ତର ? ଏହାପରେ ରାମଦେବଙ୍କ ଶ୍ରୋତା ହସୁଛନ୍ତି।

ଯଦି ଆପଣମାନେ ଡାକ୍ତର ହେବାକୁ ଚାହାନ୍ତି ତାହେଲେ ସ୍ବାମୀ ରାମଦେବଙ୍କ ଭଳି ହୁଅନ୍ତି, ଯାହାଙ୍କର କୌଣସି ଡିଗ୍ରି ନାହିଁ। ବିନା ଡିଗ୍ରିରେ ଦିବ୍ୟତ୍ବ ଏବଂ ମର୍ଯ୍ୟାଦାର ‌ସେ ଡାକ୍ତର ବୋଲି ରାମଦେବ କହିଛନ୍ତି। କିଛି ଲୋକଙ୍କୁ ଯୋଗର ଉପକାରିତା ସଂପର୍କରେ ବୁଝାଇବା ସମୟରେ ଏଭଳି ଟିପ୍ପଣୀ ଦେଇଛନ୍ତି। ଏଥିସହିତ ଅନ୍ୟ ଏକ ଭାଇରାଲ ଭିଡିଓରେ ରାମଦେବ ଡାକ୍ତର ଏବଂ କୋଭିଡ-୧୯ ଟିକାର ଫଳପ୍ରଦତାକୁ ନେଇ ଥଟ୍ଟା କରିଛନ୍ତି। ଏଥିସହିତ ସେ ନିଜକୁ ଜଣେ ଦିବ୍ୟ ଏବଂ ମର୍ଯ୍ୟାଦାଜନକ ଡାକ୍ତର ଭାବେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର