ପୁଣି ହାଡ଼, ଖପୁରି ପାଇଲା ପୁଲିସ, ପୋଖରୀରେ ତଲାସୀ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକରଙ୍କୁ ବିଭତ୍ସ ହତ୍ୟା ମାମଲାର ତଦନ୍ତ କରୁଥିବା ପୁଲିସ ଆଜି ଜଙ୍ଗଲରେ ତଲାସୀ ବେଳେ ମନୁଷ୍ୟ ଶରୀର ଅଧିକ ଅଂଶ ଠାବ କରିଛି। ଅଫ୍‌ତାବ ଯେଉଁ ଅଂଚଳରେ ଶ୍ରଦ୍ଧାଙ୍କ ଶରୀରର କଟା ଅଂଶ ଫୋପାଡ଼ିଥିବା କହିଥିଲା ସେଠାରୁ କେତେକ ହାଡ଼ ଓ ଖପୁରି ଜବତ ହୋଇଛି। ଏହାର ଡିଏନ୍‌ଏ ପରୀକ୍ଷା ପାଇଁ ପଠାଯାଇଛି। ଏହା ସହିତ ଛତ୍ରପୁର ଅଂଚଳର ଏକ ପୋଖରୀରେ ମଧ୍ୟ ଶ୍ରଦ୍ଧାଙ୍କ ଶରୀର କିଛି ଅଂଶ ଫୋପାଡ଼ିଥିବା ଅଫ୍‌ତାବ କହିଥିବାରୁ ସେଠାରେ ମଧ୍ୟ ତଲାସୀ ଆରମ୍ଭ ହୋଇଛି। ଇତିମଧ୍ୟରେ ପୁଲିସ ଶ୍ରଦ୍ଧାଙ୍କୁ ହତ୍ୟା ପାଇଁ ବ୍ୟବହାର ହୋଇଥିବା ଅସ୍ତ୍ରକୁ ଜବତ କରିଥିବା ବେଳେ ଶ୍ରଦ୍ଧାଙ୍କ ବ୍ୟାଗ୍‌ ମଧ୍ୟ ପାଇଛି।

ସମ୍ବନ୍ଧିତ ଖବର