ମୁମ୍ବାଇ: ଗତ କିଛି ଦିନ ହେବ ସୁନା ଦର ହ୍ରାସ ପାଇ ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି କରିଥିଲା। ମାତ୍ର ଗତ ଦୁଇ ଦିନ ହେବ ସୁନା ମୂଲ୍ୟ ଲଗାତାର ବଢ଼ି ବଢ଼ି ଚାଲିଛି। ପୂର୍ବ ଦିନ ୨୪ କ୍ୟାରେଟ୍ ସୁନା ପ୍ରତି ୧୦୦ ଗ୍ରାମ ପିଛା ୨୭,୪୦୦ ଟଙ୍କା ବୃଦ୍ଧି ପାଇଥିଲା ଏବଂ ଆଜି ଭାରତରେ ସୁନା ମୂଲ୍ୟ ୧୦ ଗ୍ରାମ୍ ପିଛା ୯୫,୦୦୦ ଟଙ୍କା ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶିଳ୍ପ ନୀତି ପାଇଁ ଗତ କିଛି ଦିନ ଧରି ସେୟାର ବଜାରରେ ବଡ଼ ହଲଚଲ ଦେଖିବାକୁ ମିଳିଛି।
ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍କୁ ୮୭ହଜାର ୪୫୦ ଟଙ୍କା ରହିଛି । ୩ ଦିନରେ ୫ ହଜାର ଟଙ୍କା ମହଙ୍ଗା ହେଲାଣି ସୁନା । ଆଗାମୀ ଦିନରେ ସୁନା ଆହୁରି ମହଙ୍ଗା ହେବାର ସମ୍ଭାବନା ରହିଛି । ବଜାରରେ ଲାଗି ରହିଥିବା ଅସ୍ଥିରତାର ପ୍ରଭାବରେ ସୁନା, ରୁପା ମୂଲ୍ୟ ବି ଆକାଶ ଛୁଆଁ ହୋଇଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/11/08/3KP4b2siX8sCPqUuQEAi.jpg)