ଆମ୍ବୁଲାନ୍ସରେ ନୁହେଁ ଡଙ୍ଗାରେ ଡାକ୍ତରଖାନା ଗଲେ କରୋନା ଆକ୍ରାନ୍ତ,ବନ୍ୟା ପାଇଁ ଆସିପାରିଲାନି ଆମ୍ବୁଲାନ୍ସ

ହାଇଦ୍ରାବାଦ: ଆମ୍ବୁଲାନ୍ସରେ ନୁହେଁ ଡ଼ଙ୍ଗାରେ ଡାକ୍ତରଖାନା ଗଲେ ଜଣେ କରୋନା ଅକ୍ରାନ୍ତ । ଆନ୍ଧ୍ରପ୍ରଦେଶ ଦୋଡ଼ାଭରମ୍ ଗାଁରୁ ଆସିଲା ଏଭଳି ଏକ ନିଆରା ଚିତ୍ର । ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାରେ ଡ଼ଙ୍ଗା ଦ୍ୱାରା କରୋନା ଆକ୍ରାନ୍ତଙ୍କୁ ମେଡ଼ିକାଲକୁ ନିଆଯାଇଥିବା ଜଣା ପଡିଛି । ସୁଚନା ଅନୁସାରେ ଏବେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ଲାଗି ରହିଛି । ଜଳବନ୍ଦି ଅବସ୍ଥାରେ ରହିଛନ୍ତି ଲୋକେ । ରାସ୍ତା ଘାଟ ଘର ଦ୍ୱାର ପାଣିରେ ବୁଡ଼ି ରହିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଘରୁ ବାହାରିବା ପାଇଁ ଲୋକେ ଡ଼ଙ୍ଗା ଉପରେ ନିର୍ଭର କରୁଛନ୍ତି । କରୋନା ସଂକଟ ଭିତରେ ବନ୍ୟା ପରିସ୍ଥିତି ଲୋକଙ୍କ ପାଇଁ କାଳ ପାଲଟିଛି । ଆମ୍ବୁଲାନ୍ସ ଯିବା ସମ୍ଭବ ନଥିବାରୁ କରୋନା ସଂକ୍ରମିତଙ୍କୁ ମେଡ଼ିକାଲ ନେବା ପାଇଁ ସ୍ଥାନୀୟ ପୁଲିସ ପ୍ରଶାସନ ଡ଼ଙ୍ଗାର ବ୍ୟବସ୍ଥା କରିଥିଲେ ବୋଲି ଜଣା ପଡିଛି । ଡ଼ଙ୍ଗା ସାହାଯ୍ୟରେ ସଂକ୍ରମିତଙ୍କୁ ମେଡ଼ିକାଲକୁ ନିଆଯାଉଥିବାର ଭିଡ଼ିଓ ଏବେ ବେଶ ଭାଇରାଲ ହେଉଥିବା ଦେଖା ଯାଇଛି ।

ସମ୍ବନ୍ଧିତ ଖବର