ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ସୋମୁ ବୀରାଜୁ ଆଜି ରାଜ୍ୟରେ ଭୋଟରମାନଙ୍କୁ ଏକ ଅଜବ ପ୍ରତିଶ୍ରୁତି ଦେଇଛନ୍ତି। ସୋମୁ ବୀରାଜୁ କହିଛନ୍ତି, ବିଜେପି ଯଦି ୧ କୋଟି ଭୋଟ୍‌ ପାଇବ ତେବେ ରାଜ୍ୟରେ ମଦର ମୂଲ୍ୟ ୭୦ ଟଙ୍କାକୁ କମାଇ ଦେବ। ଆସନ୍ତା ୨୦୨୪ରେ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ସୋମୁ ବୀରାଜୁ ଏହି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ବିଜୟୱାଡ଼ାରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ବୀରାଜୁ କହିଛନ୍ତି, ବିଜେପିକୁ ୧ କୋଟି ଭୋଟ୍‌ ଦିଅ ଏବଂ ଆମେ ମାତ୍ର ୭୦ ଟଙ୍କାରେ ମଦ ଯୋଗାଇ ଦେବୁ। ଯଦି ଅଧିକ ରାଜସ୍ବ ହୁଏ ତେବେ ମାତ୍ର ୫୦ ଟଙ୍କାରେ ମଦ ମିଳିବ। ଆଜି ବିଜୟୱାଡ଼ାରେ ଆନ୍ଧ୍ରପ୍ରଦେଶ ବିଜେପି ଦ୍ବାରା ଏକ ‘ପ୍ରଜା ଆଗ୍ରହ ସଭା’ ହୋଇଥିଲା। ଏଥି‌ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ପ୍ରକାଶ ଜାଭଡ଼େକର ଯୋଗ ଦେଇ ଲୋକମାନଙ୍କୁ ଏକ ଦୁର୍ନୀତିପୂର୍ଣ୍ଣ ଶାସନ ଉପରେ ରୋକ୍‌ ଲଗାଇବାପାଇଁ ଅନୁରୋଧ କରିଛନ୍ତି।