ରାଜ୍ୟ ବିଧାନ ପରିଷଦ୍‌ ଉଚ୍ଛେଦ ନିଷ୍ପତ୍ତିକୁ ମଞ୍ଜୁର କଲା ଆନ୍ଧ୍ର କ୍ୟାବିନେଟ୍‌

ହାଇଦ୍ରାବାଦ: ରାଜ୍ୟ ବିଧାନ ପରିଷଦ୍‌ ଉଚ୍ଛେଦ ନିମନ୍ତେ ଆଗତ ବିଧେୟକକୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍‌ ମଞ୍ଜୁର କରିଛି। ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ କରାଇବାରେ ବିଧାନ ପରିଷଦ୍‌ ମୁଖ୍ୟ ପ୍ରତିବନ୍ଧକ ହେଉଥିବା କଥା ସରକାର ଅନୁଭବ କରୁଥିଲେ।

ରାଜ୍ୟ ସୂଚନା ମନ୍ତ୍ରୀ ପେର୍ଣ୍ଣି ଭେଙ୍କଟରମୈୟା ଆଲୋଚନା ଆରମ୍ଭ କରିବା ସମୟରେ ଜଗନ ମୋହନ ରେଡ୍ଡୀ ବିଧାନସଭାରେ ଏହି ପ୍ରସ୍ତାବନା ଆଗତ କରିଥିଲେ।

ବିଧାନସଭା ଅଧିବେଶନ ବର୍ଜନ କରିବାକୁ ବିରୋଧୀ ତେଲୁଗୁ ଦେଶମ ପାର୍ଟି ଘୋଷଣା କରିଥିବାରୁ ଏହି ବିଧେୟକ ସର୍ବସମ୍ମତିକ୍ରମେ ପାରିତ ହୋଇଯିବ ବୋଲି ଆଶା କରାଯାଉଛି।

Image Source: Free Press Journal

ବିଧାନସଭାରେ ପାରିତ ହେବା ପରେ ଏହି ବିଧେୟକ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଯିବ। ଗୃହମନ୍ତ୍ରାଳୟ ଏହାକୁ ପାର୍ଲାମେଣ୍ଟ୍‌ରେ ଆଗତ କରି ପାରିତ କରାଇବ।

ଏହି ପ୍ରକ୍ରିୟା ନିମନ୍ତେ ପ୍ରାୟ ଏକ ବର୍ଷ ସମୟ ଲାଗିପାରେ ଜଣେ ସରକାରୀ କର୍ମଚାରୀ କହୁଥିବା ବେଳେ ବିଧାନ ପରିଷଦ୍‌ରେ ଥିବା ଟିଡିପି ନେତା ଓ୍ଵାଇ. ରାମକୃଷ୍ଣେନ୍ଦୁ କହିଛନ୍ତି ଯେ ଏହାକୁ ଉଚ୍ଛେଦ କରିବା ନିମନ୍ତେ ଦୁଇ ବର୍ଷରୁ ଅଧିକ ସମୟ ଲାଗିବ। ଜଗନ ମୋହନ ରେଡ୍ଡୀ ସରକାର ପ୍ରସ୍ତାବନା ପାରିତ କରି ଏହାକୁ ଉଚ୍ଛେଦ କରିବା ନିମନ୍ତେ କେବଳ କେନ୍ଦ୍ରକୁ ଅନୁରୋଧ କରିପାରିବେ।

ସମ୍ବନ୍ଧିତ ଖବର