ନୂଆଦିଲ୍ଲୀ : ଆଜି ଦେଶରେ ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ ସହ ବିଭିନ୍ନ ସଂସ୍ଥାମାନଙ୍କ ପକ୍ଷରୁ ଏକଜିଟ ପୋଲ ରିପୋର୍ଟ ପ୍ରକାଶ ପାଇଛି । ଅଧିକାଂଶ ରିପୋର୍ଟରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ୩୫୦ରୁ ଅଧିକ ଆସନ ମିଳିବା କୁହାଯାଉଛି । ଏଥର ଦକ୍ଷିଣ ଓ ପୂର୍ବ ଭାରତରେ ବି ବିଜେପିକୁ ଫାଇଦା ମିଳୁଥିବାର ଦେଖାଯାଇଛି । ତେବେ ଲୋକସଭା ନିର୍ବାଚନ ସହିତ ଦେଶର ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା । ସେଗୁଡ଼ିକ ହେଉଛନ୍ତି ଓଡ଼ିଶା, ଆନ୍ଧ୍ର, ସିକ୍କିମ ଓ ଅରୁଣାଚଳପ୍ରଦେଶ । ମଧ୍ୟରୁ କେବଳ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏକଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇଛି । ଏଥିରୁ ଜଣାପଡ଼ୁଛି ଯେ ବିଜେପି-ଟିଡିପି ମେଣ୍ଟ ବିପୁଳ ବିଜୟ ହାସଲ କରିପାରେ ।

Advertisment

ଆଉ କେତେକ ସର୍ଭେ ଅନୁସାରେ ରାଜ୍ୟରେ ଜଗନମୋହନ ରେଡ୍ଡୀ ନିଜର କ୍ଷମତା ବଜାୟ ରଖିପାରନ୍ତି । ଚାଣକ୍ୟ ଷ୍ଟ୍ରାଟର୍ଜିର ରିପୋର୍ଟ ଅନୁସାରେ ରାଜ୍ୟରେ ପିଡିପି-ବିଜେପି ମେଣ୍ଟ ୧୧୪ରୁ ୧୨୫ଟି ଆସନ ଜିତି ସରକାର ଗଢିବ ଓ ଓ୍ବାଇଏସଆର କଂଗ୍ରେସ ୩୯ରୁ ୪୯ଟି ଆସନ ଜିତିବ । ତେବେ ଜନମତ ପୋଲର ରିପୋର୍ଟ ଅନୁସାରେ ଓ୍ବାଇଏସଆର କଂଗ୍ରେସ ୯୫ରୁ ୧୦୩ଟି ଆସନ ଜିତିବ ଓ ପିଡିପି-ବିଜେପି ମେଣ୍ଟ ୬୭ରୁ ୭୫ଟି ଆସନ ପାଇବେ । ପିପୁଲ୍ସ ପୋଲର ଆକଳନ ଅନୁସାରେ ପିଡିପି-ବିଜେପି ମେଣ୍ଟକୁ ୧୧୧ରୁ ୧୩୫ଟି ଆସନ ମିଳିପାରେ ।