ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ମାସର ଶେଷ ସପ୍ତାହରୁ ପୁଣି ଖରା, ଗରମ ଏବଂ ଆଦ୍ର ପାଗ ଦେଖିବାକୁ ମିଳିଛି । ଆଜି ବି ଏହିପରି ପାଗ ରହିବା ସମ୍ଭାବନା ରହିଛି । 

Advertisment

ବାସ୍ତବରେ, ସେପ୍ଟେମ୍ବର ୨୫ରୁ ପାଗରେ ପୁଣି ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ହାଲୁକା ବର୍ଷା ହେଲେ ମଧ୍ୟ ପ୍ରବଳ ପବନ ବହିବା ସମ୍ଭାବନା ରହିଛି । ଆଜିର ପାଣିପାଗ ବିଷୟରେ କହିବାକୁ ଗଲେ ସୋମବାର ଦିଲ୍ଲୀରେ ଆକାଶ ମେଘୁଆ ରହିବ ଏବଂ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ କରିପାରେ । ଏହି ସମୟରେ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ହୋଇପାରେ । ବର୍ଷା ବନ୍ଦ ହେବାପରେ ଦିଲ୍ଲୀର ତାପମାତ୍ରା ପୁଣି ବଢ଼ିବାରେ ଲାଗିଛି ।  

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ସେପ୍ଟେମ୍ବର ମାସରେ ଦିଲ୍ଲୀରେ ସ୍ୱାଭାବିକ ଅପେକ୍ଷା ଅଧିକ ବର୍ଷା ହୋଇସାରିଛି । ସଫଦରଜଙ୍ଗ ବେସ ଷ୍ଟେସନରେ ୧୮୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବର୍ତ୍ତମାନ ୨ ଦିନ ମଧ୍ୟରେ ଦିଲ୍ଲୀ-ଏନସିଆରରେ ବର୍ଷା ହେବାର ସମ୍ଭାବନା ନାହିଁ । ତେବେ ଖୁବଶୀଘ୍ର ବଙ୍ଗୋପସାଗରରେ ଆଉ ଏକ ମୌସୁମୀ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦିଲ୍ଲୀରୁ ମୌସୁମୀ ପ୍ରତ୍ୟାହାର ନିର୍ଦ୍ଧାରିତ ସମୟଠାରୁ ବିଳମ୍ବ ହେବ ।