ନୂଆ ଟେଣ୍ଡର ଜାରି ନକରିବା ପାଇଁ ଆନ୍ଧ୍ର ସରକାରଙ୍କୁ କେନ୍ଦ୍ରର ପତ୍ର

ବିବାଦୀୟ ପୋଲାଭରମ ମାମଲା

ନୂଆଦିଲ୍ଲୀ: ୨୦୧୯ ସୁଦ୍ଧା ପୋଲାଭରମ ଇନ୍ଦିରା ସାଗର ବହୁମୁଖି ଜଳସେଚନ ପ୍ରକଳ୍ପକୁ ଆନ୍ଧ୍ର ପ୍ରଦେଶ ସରକାର ଶେଷ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିଥିବା ବେଳେ କେନ୍ଦ୍ର ଜଳ ସଂପଦ ମନ୍ତ୍ରାଳୟ ନୂଆ ଟେଣ୍ଡର ଜାରି ନ କରିବା ପାିଁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ପତ୍ର ଲେଖିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ପ୍ରଳ୍ପର କାର୍ଯ୍ୟକୁ ସାରିବା ପାିଁ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପ୍ରୟାସକୁ ଧକ୍କା ଲାଗିଥିବା କୁହାଯାଉଛି । ସୂତ୍ର ଅନୁସାରେ ଗତମାସ ୨୫ ୨୫ ତାରିଖରେ ପୋଲାଭରମ ପ୍ର୍ଳକ୍ପର କାର୍ଯ୍ୟକୁ ଶେଷ କରିବା ପାଇଁକେନ୍ଦ୍ରର ଆର୍ଥିକ ସହାୟତା ଲୋଡ଼ିବା ପାଇଁ ଆନ୍ଧ୍ର ପ୍ରଦେଶର ଜଳସଂପଦ ମନ୍ତ୍ରୀଙ୍‌କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ନୀତିନ ଗଡ଼କରୀଭ୍କୁ ସାକ୍ଷାତ କରିଥିଲେ। ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ନୂଆ ରୂପେ ଟେଣ୍ଡର ଜାରି କରିବା ପାିଁ ଅନୁମତି ମାଗିଥିଲେ ଆନ୍ଦ୍ର ସରକାର।

ତେବେ ନୂଆ ପ୍ରକଳ୍ପ ପାଇଁ ଟେଣ୍ଡର ଜାରି କରାଗଲା କେନ୍ଦ୍ର ଉପରେ ଆର୍ଥିକ ବୋଝ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତୀଶ ଗକରି ପ୍ରତିନିଧି ଦଳକୁ ମୌଖିକ ଭାବେ କହିବା ସହିତ ଆନ୍ଧ୍ର ସରକାର ଯଦି ଆର୍ଥିକ ବୋଝକୁ ବହନ କରିବା ତା’ହେଲେ ନୂଆ ଟେଣ୍ଡର ଜାରି କରିପାରିବ ବୋଲି ସେ କହିଥିଲେ। ବର୍ତ୍ତମାନ ଆନ୍ଦ୍ର ପ୍ରଦେଶ ସରକାର ପୋଲାଭରମ ପ୍ରକଳ୍ପର କାର୍ଯ୍ୟ ପୁରୁଣା ଟେଣ୍ଡର ଅନୁସାରେ କରୁଛନ୍ତି। କାର୍ଯ୍ୟର ବିଶେଷ ଅଗ୍ରଗତି ହେଉନଥିବା ବେଳେ କାର୍ଯ୍ୟ ୋଷ କରିବାର ସମୟ ସୀମା ଧାର୍ଯ୍ୟ କରାଯାଇଛି । ଠିକାଦାରମାନଙ୍କୁ ପରିବର୍ତ୍ତନ ପାଇଁ ମଧ୍ୟ ଆନ୍‌ଧ୍ର ସରକାର ଯୋଜଜନା କରୁଛି । ସମୁଦାୟ କାର୍ଯ୍ୟପାଇଁ ୧୩୯୫ କୋଟି ଟଙ୍କାର ଫ୍ରେସ୍‌ ଟେଣ୍ଡର ଆମନ୍ତ୍ର କରାଗଲା। ଏ ନେଇ କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟ ଅସନ୍ତୋଷ ପ୍ରକାଶ କରି ଆନ୍ଧ୍ର ସରକାରଙ୍କୁ ନଭେମ୍ବର ୨୭ ତାରିଖରେ ପତ୍ର ଲେଖି ନୂଆ ଟେଣ୍ଡର ଜାରି ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଜଳ ସଂପଦ ସଚିବଙ୍କ ଦ୍ୱାରା ଆନ୍ଧ୍ର ସରକାରଙ୍କୁ ଲେଖାଯାଇଥିବା ପତ୍ରରେ ଟେଣ୍ଡରର ସମୟସୀମା ୪୫ ଦିନ ହୋଇଥିବା ବେଳେ ତିନି ସପ୍ତାହରେ ଆନ୍ଧ୍ର ସରକାର ଟେଣ୍ଡର ପ୍ରକ୍ରିୟା ପାଇଁ ସମୟ ସୀମା କାହିଁକି କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସୂତ୍ର ଅନୁସାରେ ଆନ୍‌ଦ୍ର ସରକାରଙ୍କୁ ଟେଣ୍ଡର ଜାରି ନକରି ପୁରୁଣା ଟେଣ୍ଡର ଅନୁସାରେ ହିଁ କାର୍ଯ୍ୟ ଜାରି ରଖିବାକୁ ପଡ଼ିବ।

ସମ୍ବନ୍ଧିତ ଖବର