ବିବାହ ଭୋଜିରେ ଯୋଗ ଦେବାକୁ ସମୂହ ଛୁଟି ନେଲେ ଆନ୍ଧ୍ର ବିଧାୟକ !

ହାଇଦ୍ରାବାଦ୍‌ : ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଏକ କୌତୁହଳପ୍ରଦ ଘଟଣା। ବିଧାନସଭା ଅଧିବେଶନ ଚାଲିଥିବାବେଳେ ୧୦୦ରୁ ଅଧିକ ବିଧାୟକ ଛୁଟି ପାଇଁ ଏକାବେଳେ ଆବେଦନ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ସେମାନେ ଛୁଟିର କାରଣ ଦର୍ଶାଇଛନ୍ତି ବିବାହରେ ଯୋଗ ଦେବେ।ଯଦି ଅଧିବେଶନ ଚାଲୁଥିବା ସମୟରେ ବିଧାୟକମାନେ ସମୂହ ଛୁଟିରେ ରହନ୍ତି,ତେବେ ବିଧାନସଭାର କାର୍ଯ୍ୟ ଠପ୍‌ ହେବା ଥୟ।

ଏନ୍‌ଡିଟିଭି ଚାନେଲ୍‌ ପକ୍ଷରୁ ଏ ସଂପର୍କିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ,ଏହି ଛୁଟିଦିନ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୧.୨ ଲକ୍ଷରୁ ଅଧିକ ବିବାହ ଅନୁଷ୍ଠିତ ହେବ। ତେଣୁ ବିଧାୟକମାନଙ୍କର ଚିହ୍ନାପରିଚୟ ଏବଂ ସଂପର୍କିୟଙ୍କ ଘରେ ବିବାହ ହେଉଥିବା ସ୍ୱାଭାବିକ୍‌ କଥା। ତେବେ ଅଧିବେଶନ ମଝିରେ ଛୁଟି ନେଉଥିବା ହେତୁ ସେମାନେ ଅଧିକ ଦୁଇଦିନ କାର୍ଯ୍ୟ କରିବେ ବୋଲଇ ରାଜି ହୋଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ କି, ଆନ୍ଧ୍ରପ୍ରଦେଶର ବିଧାୟକମାନେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଭଲ ଦରମା ପାଉଛନ୍ତି। ଗତବର୍ଷ ସେମାନଙ୍କର ମାସିକ ଦରମାରେ ବୃଦ୍ଧି ଘଟିଛି। ଆନ୍ଧ୍ରପ୍ରଦେଶର ବିଧାୟକମାନେ ୧.୨୫ ଲକ୍ଷ ଟଙ୍କାର ଦରମା ସହ ୫୦,୦୦୦ଟଙ୍କାର ଘରଭଡ଼ା ଏବଂ ବାର୍ଷିକ ୨୦,୦୦୦ ଟଙ୍କା ଖବରକାଗଜ ଓ ପତ୍ରିକା ଖର୍ଚ୍ଚ ବାବଦକୁ ନେଇଥାଆନ୍ତି।

ସମ୍ବନ୍ଧିତ ଖବର