ହାଇଦ୍ରାବାଦ : ୩,୫୦୦ କୋଟି ଟଙ୍କାର ମଦ ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶ ପୁଲିସ ଦ୍ୱାରା କୋର୍ଟରେ ଦାଖଲ କରାଯାଇଥିବା ଚାର୍ଜସିଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡିଙ୍କ ନାମ ରହିଛି । ସେ ଲାଞ୍ଚ ନେଇଥିବା ଉଲ୍ଲେଖ କରାଯାଇଛି। ଚାର୍ଜସିଟ୍ ଅନୁଯାୟୀ, ସେ ପ୍ରତି ମାସରେ ହାରାହାରି ୫୦ ରୁ ୬୦ କୋଟି ଟଙ୍କା ଲାଞ୍ଚ ପାଉଥିଲେ।
ଚାର୍ଜସିଟରେ କୁହାଯାଇଛି ଯେ ମୁଖ୍ୟ ଅଭିଯୁକ୍ତ ରାଜଶେଖର ରେଡ୍ଡି ନକଲି ମଦ ଭାଟି ସ୍ଥାପନ କରିଥିଲେ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ବାଲାଜୀ ଗୋବିନ୍ଦପ୍ପାଙ୍କ ମାଧ୍ୟମରେ ଜଗନଙ୍କୁ ଲାଞ୍ଚ ଦେଇଥିଲେ। ଏହା ସହିତ ଜଗନଙ୍କ ଦଳ ଲାଗି ୨୫୦ରୁ ୩୦୦ କୋଟି ଟଙ୍କାର ନିର୍ବାଚନୀ ଚାନ୍ଦା ପଠାଇଥିଲେ ।
ଏହା ସତ୍ତ୍ବେ ଶନିବାର (୨୦ ଜୁଲାଇ, ୨୦୨୫) ଦାଖଲ ହୋଇଥିବା ୩୦୫ ପୃଷ୍ଠାର ଚାର୍ଜସିଟରେ ଜଗନଙ୍କ ନାମ ଅଭିଯୁକ୍ତ ଭାବରେ ନାହିଁ। ପୁଲିସ ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜସିଟ୍ ଅନୁଯାୟୀ, 'ସଂଗୃହିତ ରାଶି ଶେଷରେ କେସିରେଡ୍ଡି ରାଜଶେଖର ରେଡ୍ଡି (ଏ-୧)ଙ୍କୁ ହସ୍ତାନ୍ତର କରାଯାଇଥିଲା। ତା'ପରେ ରାଜଶେଖର ରେଡ୍ଡି ବିଜୟ ସାଇ ରେଡ୍ଡି (ଏ-୫), ମିଥୁନ ରେଡ୍ଡି (ଏ-୪) ଏବଂ ବାଲାଜୀ (ଏ-୩୩)ଙ୍କୁ ପ୍ରଦାନ କରିଥିଲେ, ଯେଉଁମାନେ ଏହାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡିଙ୍କୁ ହସ୍ତାନ୍ତର କରିଥିଲେ। ହାରାହାରି ପ୍ରତି ମାସରେ ୫୦-୬୦ କୋଟି ଟଙ୍କା ଆଦାୟ କରାଯାଉଥିଲା।'