ଗୋଟିଏ ହାତରେ ସ୍ତ୍ରୀଙ୍କର କଟାମୁଣ୍ଡ ଓ ଅନ୍ୟ ହାତରେ ଛୁରି ଧରି ରାସ୍ତାରେ ବୁଲୁଥିଲେ ସ୍ବାମୀ

ବିଜୟଓ୍ଵାଡା: ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କର ମୁଣ୍ଡ କାଟି ସେହି କଟାମୁଣ୍ଡକୁ ଧରି ରାଜରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା ବୋଲି ପୁଲିସ କହିଛି। ଗତକାଲି ବିଜୟଓ୍ଵାଡାର ଶ୍ରୀନଗର କଲୋନିରେ ଏଭଳି ଘଟଣା ଘଟିଥିବା କୁହାଯାଉଛି।
ପୁଲିସର ସୂଚନା ଅନୁଯାୟୀ ପ୍ରଦୀପ କୁମାର ଏକ ଛୁରି ସାହାଯ୍ୟରେ ତାଙ୍କର ସ୍ତ୍ରୀ ମଣିକ୍ରାନ୍ତି (୨୩)ଙ୍କର ତଣ୍ଟି କାଟି ଦେଇଥିଲେ। ତା’ପରେ ସେ ମଣିକ୍ରାନ୍ତିଙ୍କର ମୁଣ୍ଡକୁ ଗଣ୍ଡିରୁ ଅଲଗା କରି ଗୋଟିଏ ହାତରେ କଟାମୁଣ୍ଡ ଓ ଅନ୍ୟ ହାତରେ ଛୁରି ଧରି ଘର ପାଖ ରାସ୍ତାରେ ବୁଲୁଥିଲେ। ତା’ପରେ ପ୍ରଦୀପ କୁମାର ସ୍ତ୍ରୀଙ୍କ କଟାମୁଣ୍ଡକୁ ନିକଟରେ ଥିବା କେନାଲରେ ଫିଙ୍ଗି ଦେଇ ସତ୍ୟନାରାୟଣପୁରମ୍‌ ପୁଲିସ ଥାନାରେ ଆତ୍ମସମର୍ପଣ କରିଥିଲେ। ଡିସିପି ବିଜୟ ରାଓ କହିଛନ୍ତି ଯେ କଟାମୁଣ୍ଡ ଖୋଜା ଚାଲିଛି। ମୁଣ୍ଡ ନ ଥିବା ମୃତ ଦେହକୁ ସରକାରୀ ହସ୍ପିଟାଲକୁ ପଠାଯାଇଛି।

Pradeep Kumar  in Andhra Pradesh threw the head in a nearby canal and then surrendered at Satyanarayanapuram police station.
photo-hindustantimes

ସୂଚନାଯୋଗ୍ୟ ପ୍ରଦୀପ ଓ ମଣିକ୍ରାନ୍ତି ପ୍ରାୟ ପାଞ୍ଚ ବର୍ଷ ତଳେ ପ୍ରେମ ବିବାହ କରିଥିଲେ। କିନ୍ତୁ ବିବାହ ପରେ ସେ ଦୁହେଁ ସବୁବେଳେ କଳି କରୁଥିବା ଜଣାଯାଇଛି। ଖାଲି ସେତିକି ନୁହେଁ କିଛି ଦିନ ତଳେ ଘରୋଇ ହିଂସା ଘଟାଣ ଜେଲ ଯାଇଥିଲେ। ଜେଲରୁ ଜାମିନ୍‌ ପାଇ ଫେରିବା ପରେ ସେ ପ୍ରତିଶୋଧ ନେବାକୁ ଏଭଳି କରିଛନ୍ତି ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର