ହାଇଦ୍ରାବାଦ: ଭୀଷଣ ହୃଦ୍ଘାତ ହେତୁ ଆଜି ଆନ୍ଧ୍ରପ୍ରଦେଶର ସୂଚନା ପ୍ରଯୁକ୍ତିବିଦ୍ୟା ଓ ଶିଳ୍ପମନ୍ତ୍ରୀ ମେକାପତି ଗୌତମ ରେଡ୍ଡୀଙ୍କର ଦେହାନ୍ତ ହୋଇଯାଇଛି। ହୃଦ୍ଘାତ ହେବା ପରେ ତାଙ୍କୁ ହାଇଦ୍ରାବାଦସ୍ଥିତ ଆେପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଲା।
ଗୌତମ ଥିଲେ ଶିଳ୍ପପତି ତଥା ରାଜନେତା ଏବଂ ନେଲ୍ଲୋର୍ର ପୂର୍ବତନ ସାଂସଦ ଏମ୍. ରାଜମୋହନ ରେଡ୍ଡୀଙ୍କ ପୁଅ। ୧୯୭୧ ନଭେମ୍ବର ୨ ତାରିଖରେ ଜନ୍ମିତ ଗୌତମ ମାଞ୍ଚେଷ୍ଟର୍ ବିଶ୍ବବିଦ୍ୟାଳୟରୁ ସ୍ନାତକତ୍ତୋର ହାସଲ କରିଥିଲେ।
Image Courtesy of India Today୨୦୧୪ରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ‘ୱାଇଏସ୍ଆର୍ସିପି’ର ୫୦ ବର୍ଷିୟ ନେତା ଗୌତମ ନେଲ୍ଲୋର ଜିଲ୍ଲାର ଆତ୍ମକୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରୁଥିଲେ। ସେ ଶିଳ୍ପ, ବାଣିଜ୍ୟ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରୁଥିଲେ।
Image Courtesy of Republic Worldଗୌତମ ‘ଦୁବାଇ ଏକ୍ସ୍ପୋ ୨୦୨୨’କୁ ସରକାରୀ ପ୍ରତିନିଧି ଦଳର ନେତୃତ୍ବ ନେଇଯାଇଥିଲେ ଏବଂ ରବିବାର ଦିନ ଫେରିଥିଲେ। ସହଯୋଗୀ ମନ୍ତ୍ରୀ ଗୌତମଙ୍କ ମୃତ୍ୟୁ ଯୋଗୁଁ ତେଲେଙ୍ଗାନା ମନ୍ତ୍ରୀ କେ.ଟି. ରାଓ ଶୋକ ପ୍ରକାଶ କରିଛନ୍ତି।
ଟୁଇଟ୍ କରି ସେ ଲେଖିଛନ୍ତି, ପରମ ବନ୍ଧୁ ମେକାପତି ଗୌତମ ଗାରୁଙ୍କ ଆକସ୍ମିକ ବିୟୋଗ କଥା ଜାଣି ଭୀଷଣ ମର୍ମାହତ ଓ ଦୁଃଖିତ। ଏଇ ଦୁଃଖର ବେଳାରେ ତାଙ୍କ ପରିବାର ଓ ବନ୍ଧୁଙ୍କ ପ୍ରତି ମୋର ଆନ୍ତରିକ ସମବେଦନା। ଖୁବ୍ ଶୀଘ୍ର ଚାଲିଗଲ ବନ୍ଧୁ। ପ୍ରାଥର୍ନା କରୁଛି ଶାନ୍ତିରେ ବିଶ୍ରାମ କର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Minister-Goutam-Reddy-Dies_Thumbnail.jpg)