୧୮ଦିନ ଭେଣ୍ଟିଲେଟରରେ ରହିବା ପରେ କରୋନା ଯୁଦ୍ଧରେ ଜିତିଲା ୪ମାସର ଶିଶୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶ କରୋନା ଭାଇରସ୍‌ ସହିତ ଲଢ଼ୁଛି। କିପରି କରୋନା ସଂକ୍ରମଣକୁ ହ୍ରାସ କରାଯାଇପାରିବ ସେଥିପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଏଭଳି ସମୟରେ ଆନ୍ଧ୍ରପ୍ରଦେଶରୁ ଏକ ଖୁସି ଖବର ଆସିଛି। ଏଠାରେ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ୪ମାସର ଶିଶୁ ୧୮ଦିନ ଭେଣ୍ଟିଲେଟରରେ ରହି କରୋନାକୁ ହରାଇଛି।

After 18-days on ventilator, 4-month-old recovers from COVID-19 in ...
Zee News

ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ୪ମାସର ଶିଶୁ କରୋନା ସଂକ୍ରମିତ ହୋଇଥିଲା। ଏହାପରେ ଉକ୍ତ ଶିଶୁକୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ୧୮ଦିନ ପର୍ଯ୍ୟନ୍ତ ଶିଶୁଟି କରୋନା ଯୁଦ୍ଧରେ ସଂଘର୍ଷ କରିଥିଲା। ଶେଷରେ ଗତ ଶୁକ୍ରବାର ଶିଶୁର କରୋନା ପରୀକ୍ଷା କରାଯିବାରୁ ତାର ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହାପରେ ଶିଶୁକୁ ହସ୍‌ପିଟାଲ୍‌ରୁ ଛୁଟି ଦିଆଯାଇଥିଲା।

କରୋନା ଯୁଦ୍ଧରେ ଜିତିଥିବା ଶିଶୁର ପିତାମାତା ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀରେ ବସବାସ କରନ୍ତି। ସେଠାରେ ଜଣେ ଆଦିବାସୀ ମହିଳାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଦେବା ପରେ ତାଙ୍କର ସ୍ୱାବ ସଂଗ୍ରହ କରି କୋଭିଡ-୧୯ ପରୀକ୍ଷା ପାଇଁ ପଠାଯାଇଥିଲା। ତାଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କୁ ଗତ ମଇ ମାସରେ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

Andhra: Four-month-old baby recovers from COVID-19 | India News ...

୪ମାସର ଶିଶୁ କରୋନା ଯୁଦ୍ଧରେ ବିଜୟ ହାସଲ କରିଥିବା ଘଟଣାକୁ ନେଇ ବିଶାଖାପାଟନମ୍‌ ଜିଲ୍ଲାପାଳ ବିନୟ ଚନ୍ଦ କହିଛନ୍ତି, ଶିଶୁକୁ ୧୮ଦିନ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରଖା ଯାଇଥିଲା। ଗତ ଶୁକ୍ରବାର ଶିଶୁର ରିପୋର୍ଟ ନେଗେଟିଭ୍‌ ଆସିବା ପରେ ବିଆଇଏମଏସ୍‌ ହସ୍‌ପିଟାଲ୍‌ରୁ ତାକୁ ଛୁଟି ମିଳିଛି।

ସମ୍ବନ୍ଧିତ ଖବର