ଅମରାବତୀ : ଆନ୍ଧ୍ରପ୍ରଦେଶ ସରକାର ଆନ୍ଧ୍ର ବିଧାନ ପରିଷଦ ଉଚ୍ଛେଦ କରିବାପାଇଁ ଆଜି ଏକ ବୈଧାନିକ ସଂକଳ୍ପପତ୍ର ରାଜ୍ୟ ବିଧାନସଭାରେ ଗୃହୀତ କରିଛନ୍ତି। ପ୍ରଥମେ ଆନ୍ଧ୍ର କ୍ୟାବିନେଟ୍ ଦ୍ବାରା ବିଧାନ ପରିଷଦ ଉଚ୍ଛେଦ ନେଇ ସଂକଳ୍ପପତ୍ର ଗୃହୀତ ହେବାପରେ ଏହା ରାଜ୍ୟ ବିଧାନସଭାରେ ଅଣାଯାଇଥିଲା। ତେବେ ରାଜ୍ୟ ବିଧାନସଭାରେ ଏହି ବିଷୟବସ୍ତୁ ଉପରେ ଦିନମାନ ଆଲୋଚନା ହେବାପରେ ୧୩୩-୦ ଭୋଟ୍ରେ ସଂକଳ୍ପପତ୍ର ଗୃହୀତ ହୋଇଛି। । ସଂକଳ୍ପପତ୍ର ଗୃହୀତ କରିବାପାଇଁ ରାଜ୍ୟ ବିଧାନସଭାର ଆଜି ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। କିନ୍ତୁ ଏହି ଅଧିବେଶନକୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଟିଡିପି (ତେଲୁଗୁ ଦେଶମ ପାର୍ଟି) ବର୍ଜନ କରିଥିଲା। ମିଳିଥିବା ସୂଚନାନୁଯାୟୀ ଆନ୍ଧ୍ର ବିଧାନସଭାରେ ଗୃହୀତ ହୋଇଥିବା ଏହି ସଂକଳ୍ପପତ୍ର ସଂକ୍ରାନ୍ତରେ ପରବର୍ତ୍ତୀ ପଦକ୍ଷେପ ପାଇଁ ଏହାକୁ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ଉଲ୍ଲେଖଯୋଗ୍ୟ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଆନ୍ଧ୍ର ପାଇଁ ୩ ରାଜଧାନୀ ଯୋଜନା ଅନ୍ତର୍ଗତ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଲ୍ ରାଜ୍ୟ ବିଧାନସଭାର ଉଚ୍ଚ ସଦନରେ ଗୃହୀତ କରିବାରେ ବିଫଳ ହେବାପରେ ବିଧାନ ପରିଷଦ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଜଗନ କହିଛନ୍ତି, ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ବିଧାନ ପରିଷଦ ଉଚ୍ଛେଦ ନିଷ୍ପତ୍ତି ନେଇଛନ୍ତି। ରେଡ୍ଡି କହିଛନ୍ତି, କୌଣସି ରାଜ୍ୟରେ ବିଧାନ ପରିଷଦ ରହିବା ବାଧ୍ୟତାମୂଳକ ନୁହେଁ। ଦେଶରେ ଏବେ କେବଳ ୬ଟି ରାଜ୍ୟରେ ଦୁଇଟି ଗୃହ ରହିଛି। ଅନ୍ୟପକ୍ଷେ ଅଧିକାଂଶ ରାଜ୍ୟରେ ବିଧାନ ମଣ୍ଡଳୀକୁ ଉଚ୍ଛେଦ କରାଯାଇଛି। ତେଣୁ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ବିଧାନ ପରିଷଦ ଉଚ୍ଛେଦ ନିଷ୍ପତ୍ତି ନିଆଯାଇଛି।
ବିଧାନ ପରିଷଦ ଉଚ୍ଛେଦ ପାଇଁ ଆନ୍ଧ୍ର ବିଧାନସଭାରେ ସଂକଳ୍ପ
/sambad/media/post_attachments/wp-content/uploads/2020/01/jagan-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)