ସୁପ୍ରିମକୋର୍ଟ ଚେତାବନୀ ଦେବାର କିଛି ଘଣ୍ଟା ପରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କଲେ ଆନ୍ଧ୍ର ସରକାର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଚେତାବନୀ ଦେବାର କିଛି ଘଣ୍ଟା ପରେ ଆନ୍ଧ୍ରପ୍ରଦେଶ ସରକାର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଦେଇଛନ୍ତି। କରୋନା ମହାମାରୀ ସମୟରେ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରିବାକୁ ଘୋଷଣା କରିବା ପରେ ସୁପ୍ରିମକୋର୍ଟ ଆନ୍ଧ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ |

ଯେତେବେଳେ ଅନ୍ୟ ବୋର୍ଡଗୁଡିକ ପରୀକ୍ଷା ବାତିଲ କଲେ, ଆନ୍ଧ୍ରପ୍ରଦେଶ କାହିଁକି ଅନ୍ୟଠାରୁ ଭିନ୍ନ ବୋଲି ଦର୍ଶାଇବାକୁ ଚାହୁଁଛି? ବୋଲି ଆଜି ସକାଳେ ଜଷ୍ଟିସ୍ ଏମ୍ ଖାନୱିଲକର ଏବଂ ଦିନେଶ ମହେଶ୍ୱରୀଙ୍କ ଦୁଇ ସଦସ୍ୟ ବିଶିଷ୍ଟ ଖଣ୍ଡପୀଠ ଆନ୍ଧ୍ର ସରକାରଙ୍କୁ ପ୍ରଶ୍ନ କହିଥିଲେ। ଏବେ କରୋନା ସମୟରେ ପରୀକ୍ଷା କଲେ ଯଦି କୌଣସି ଅଘଟଣ ଘଟେ ତେବେ ଆନ୍ଧ୍ର ସରକାର ଦାୟୀ ରହିବେ ବୋଲି ଖଣ୍ଡପୀଠ ସଫା ସଫା କହିଥିଲେ | ଯଦି ପରୀକ୍ଷା ସମୟରେ କୌଣସି ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୁଏ ତେବେ ସେଥିପାଇଁ ଆନ୍ଧ୍ର ସରକାର ଦାୟୀ ରହିବେ ଏବଂ ପ୍ରତ୍ୟକ ମୃତକଙ୍କୁ ୧କୋଟି ଟଙ୍କାର କ୍ଷତିପୂରଣ ଦିଆଯିବ ବୋଲି ଖଣ୍ଡପୀଠ କହିଥିଲେ |

COVID Emergency: Plea in AP High Court to Cancel Board Exams for Students |  thebetterandhra.com

ସୁପ୍ରିମକୋର୍ଟ ଚେତାବନୀ ଦେବାର କିଛି ଘଣ୍ଟା ପରେ ଏବେ ଆନ୍ଧ୍ରପ୍ରଦେଶ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଆନ୍ଧ୍ରପ୍ରଦେଶର ଶିକ୍ଷା ମନ୍ତ୍ରୀ ଏ. ସୁରେଶ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷା ଆୟୋଜନ କରିବା ଏବଂ ଜୁଲାଇ ୩୧ ସୁଦ୍ଧା ଫଳାଫଳ ଘୋଷଣା କରିବା ରାଜ୍ୟ ପକ୍ଷେ ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର