ଆନ୍ଧ୍ରପ୍ରଦେଶରେ ଆରୋଗ୍ୟ ହାର ସର୍ବାଧିକ ୬୬%, ବିହାରରେ ଆରୋଗ୍ୟ ହାର ମାତ୍ର ୨୬%

ଦେଶରେ ୧ ଲକ୍ଷ ୩୨ ହଜାର କରୋନା ମାମଲା

ନୂଆଦିଲ୍ଲୀ: ଦେଶରେ ସର୍ବାଧିକ କରୋନା ପ୍ରଭାବିତ ୧୦ଟି ରାଜ୍ୟ ମଧ୍ୟରୁ ଆନ୍ଧ୍ରପ୍ରଦେଶରେ ଆରୋଗ୍ୟ ହାର ସର୍ବାଧିକ ୬୬.୨୨ ପ୍ରତିଶତ ରହିଛି। ଆନ୍ଧ୍ରପ୍ରଦେଶରେ ଆଜି ସକାଳ ୯ଟା ସୁଦ୍ଧା ମୋଟ ୨୭୮୦ ମାମଲାରୁ ୧୮୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି।

ଆରୋଗ୍ୟ ହାର କ୍ଷେତ୍ରରେ ସବୁଠାରୁ ଖରାପ ସ୍ଥିତି ବିହାରରେ ରହିଛି। ଏଠାରେ ଆରୋଗ୍ୟ ହାର ମାତ୍ର ୨୬.୩୬ ପ୍ରତିଶତ ରହିଛି। ଏ ପର୍ଯ୍ୟନ୍ତ ୨୪୭୭ ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୬୫୩ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୨ ହଜାର ଅତିକ୍ରମ କରିଯାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୪୭ ହଜାରରୁ ଅଧିକ ମାମଲା ରହିଥିବାରୁ ସ୍ଥିତି ଉଦ୍‌ବେଗଜନକ ରହିଛି।

ସମ୍ବନ୍ଧିତ ଖବର