ବିଜୟୱାଡ଼ା: ଅଦାଲତା ଅବମାନନା ଅପରାଧରେ ଦୋଷୀ ସାବ୍ୟସ୍ତ କରି ଗୁରୁବାର ଦିନ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ୫ଜଣ ‘ଆଇଏଏସ୍’ ଅଧିକାରୀଙ୍କୁ ଜେଲ୍ ଓ ଜରିମାନା ଦଣ୍ଡାଦେଶ ଦେଇଛନ୍ତି।
ନେଲୋର୍ ଜିଲ୍ଲାର ଭେଙ୍କଟଚଳମ୍ ମଣ୍ଡଳ ଅନ୍ତର୍ଗତ କାନପୁର ଗ୍ରାମର ତଲ୍ଲପକ ସବିତ୍ରମ୍ମା ନାମରେ ଜଣେ ମହିଳା ଦାଏର କରିଥିବା ଅଦାଲତ ଅବମାନନା ପିଟିସନ୍ର ଶୁଣାଣି କରି ଅଦାଲତଙ୍କର ହୃଦ୍ବୋଧ ହୋଇଥିଲା ଯେ, ସମ୍ପୃକ୍ତ ଅଧିକାରୀମାନେ ଜାଣିଶୁଣି ଅଦାଲତଙ୍କ ଆଦେଶକୁ ଅବମାନନା କରିଛନ୍ତି।
ବରିଷ୍ଠ ‘ଆଇଏଏସ୍’ ଅଧିକାରୀ ତଥା ରାଜସ୍ବ ବିଭାର ତତ୍କାଳୀନ ସଚିବ ମନମୋହନ ସିଂହଙ୍କୁ ୪ ସପ୍ତାହ ଜେଲ୍ ଦଣ୍ଡ ସହ ୧୦୦୦ ଟଙ୍କା ଜରିମାନା, ଅର୍ଥ ବିଭାଗର ପ୍ରମୁଖ ସଚିବ ଏସ୍ଏସ୍ ରାୱତ୍ଙ୍କ ଏକ ମାସ ଜେଲ୍ ଦଣ୍ଡ ଓ ୨୦୦୦ ଟଙ୍କା ଜରିମାନା ଦେବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି। ଜରିମାନା ନ ଦେଇ ପାରିଲେ ଜେଲ୍ ଦଣ୍ଡାଦେଶ ଆଉ ସପ୍ତାହେ ବୃଦ୍ଧି ପାଇବ।
Image Courtesy of The New Indian Expressସେହିଭଳି, ନେଲୋର୍ ଜିଲ୍ଲାପାଳ ରେଭୁ ମୁତ୍ୟାଲା ରାଜୁଙ୍କୁ ଦୁଇ ସପ୍ତାହ ଜେଲ୍ ଓ ୧୦୦୦ ଟଙ୍କା ଜରିମାନା, ପୂର୍ବରୁ ନେଲୋର୍ ଜିଲ୍ଲାର ଜିଲ୍ଲାପାଳ ଥିବା କେଏନ୍ଭି ଚକ୍ରଧର ଏବଂ ଏମ୍ଭି ଶେଷଗିରି ବାବୁଙ୍କ ଉପରେ ୨୦୦୦ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଜରିମାନା ନ ଦେଲେ ସେମାନଙ୍କୁ ଗୋଟିଏ ସପ୍ତାହ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିବ।
‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲି ହ୍ୟାଣ୍ଡିକେପ୍ଡ୍’ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ତାଙ୍କ ଜମି ଅଧିଗ୍ରହଣ କରିଥିଲେ ବୋଲି ସାବିତ୍ରମ୍ମା ୨୦୧୭ରେ ଦାଏର କରିଥିବା ପିଟିସନ୍ରେ ଦର୍ଶାଇଥିଲେ। ତାଙ୍କ ପିଟିସନ୍କୁ ବିଚାର କରିବା ପରେ ଅଦାଲତ ୩ ମାସ ମଧ୍ୟରେ ତାଙ୍କୁ କ୍ଷତିପୂରଣ ସରକାର ଘୋଷଣା କରିଥିବା ଅନ୍ୟାନ୍ୟ ସହାୟତା ପ୍ରଦାନ କରିବା ଲାଗି ସରକାରଙ୍କୁ ଆଦେଶ ଦେଇଛନ୍ତି।
ତାଙ୍କୁ କୌଣସି କ୍ଷତିପୂରଣ ନ ମିଳିବାରୁ, ୨୦୧୮ରେ ସେ ଅଦାଲତ ଅବମାନନା ପିଟିସନ୍ ଦାଏର କରିଥିଲେ। ଫଳତଃ, ଅଦାଲତ ପ୍ରତିବାଦୀମାନଙ୍କୁ ନୋଟିସ୍ ଜାରି କରିବା ପରେ ସେମାନେ ସତ୍ୟପାଠ ଦାଖରିଥିଲେ। ଶେଷରେ ପ୍ରାୟ ୩ ବର୍ଷ ବିଳମ୍ବରେ ଅର୍ଥାତ୍, ୨୦୨୧ରେ କ୍ଷତିପୂରଣ ଅର୍ଥରାଶି ସମ୍ପୃକ୍ତ ମହିଳାଙ୍କୁ ପ୍ରଦାନ କରାଯାଇଥିଲା। ୬୨ ବର୍ଷୀୟ ବିଧବା ମହିଳାଙ୍କୁ କ୍ଷତିପୂରଣ ମିଳିବାରେ ବିଳମ୍ବ ପାଇଁ ଅଦାଲତ୍ ଉପରୋକ୍ତ ୫ଜଣ ‘ଆଇଏଏସ୍’ ଅଧିକାରୀଙ୍କୁ ଦାୟୀ କରିଥିଲେ। ଅଦାଲତ ଖର୍ଚ ବାବଦକୁ ମଧ୍ୟ ଆବେଦନକାରିଣୀଙ୍କୁ ୧ ଲକ୍ଷ ଟଙ୍କା ଦେବା ପାଇଁ ଅଦାଲତ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କିନ୍ତୁ, ସରକାରୀ ଅଧିକାରୀମାନଙ୍କ ଅନୁରୋଧକ୍ରମେ ବିଚାରପତି ଦେବାନନ୍ଦ ଦଣ୍ଡାଦେଶକୁ ୪ ସପ୍ତାହକୁ ହ୍ରାସ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/aph.jpg)