ବିମାନବନ୍ଦରରେ କର୍କଟ ପୀଡ଼ିତଙ୍କ ପାଇଁ ସାହାଯ୍ୟ ମାଗୁଥିଲେ ଯୁବକ, ସଙ୍ଗେ ସଙ୍ଗେ ୨୦ଲକ୍ଷ ଟଙ୍କାର ସହାୟତା ରାଶି ଦେଲେ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି

ବିଶାଖାପଟନମ୍‌ : ଆନ୍ଧ୍ରପ୍ରଦେଶର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ୍‌ ଜଗନ ମୋହନ ରେଡ୍ଡୀ ପୁଣି ଥରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ବିମାନବନ୍ଦରରେ ପ୍ଲାକାର୍ଡ ଧରି ସାହାଯ୍ୟ ମାଗୁଥିବା ଜଣେ କର୍କଟ ପୀଡ଼ିତଙ୍କୁ ୨୦ଲକ୍ଷ ଟଙ୍କା ସହାୟତା ଦେଇ ସେ ଲୋକମାନଙ୍କ ପାଇଁ କାମ କରୁଥିବା ନେଇ ପ୍ରମାଣ କରିଛନ୍ତି । ତାଙ୍କର ଏଭଳି କାମ କରିବା ପରେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ।

India Today

ସୂଚନା ମୁତାବକ, ବିଶାଖାପଟନମ୍‌ ଗସ୍ତରେ ଯାଇଥିବା ବେଳେ ବିମାନବନ୍ଦର ରାସ୍ତାରେ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଜଣେ ବ୍ୟକ୍ତି କର୍କଟ ରୋଗର ଚିକିତ୍ସା ପାଇଁ ପ୍ଲାକାର୍ଡ ଧରି ସାହାଯ୍ୟ ମାଗୁଥିବା ଦେଖିଥିଲେ । ଏହା ପରେ ତୁରନ୍ତ ଗାଡ଼ି ଅଟକାଇ ସାହାଯ୍ୟ ମାଗୁଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚିଥିଲେ ଜଗନ ରେଡ୍ଡୀ । ସେଠାରେ ପହଞ୍ଚିବା ପରେ ବ୍ୟକ୍ତିଜଣଙ୍କ ନିଜ ବନ୍ଧୁଙ୍କୁ ରକ୍ତ କର୍କଟ ରୋଗ ହୋଇଥିବା କଥା ଜଣାଇଥିଲେ । ଏହା ସହ ୨୫ଲକ୍ଷ ଟଙ୍କାର ଖର୍ଚ୍ଚ ହେବ ବୋଲି ଜଣାଇବା ପରେ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ତୁରନ୍ତ ୨୦ଲକ୍ଷ ଟଙ୍କା ଦେବା ସହ ଭଲ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଇଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର