ଭିଡିଓ‌ରେ ମୁଁ ନାହିଁ, ମୋତେ ଫସାଇବାକୁ ଚେଷ୍ଟା କରାଯାଉଛି; ଅଶ୍ଲୀଳ ଭିଡିଓ ଭାଇରାଲ ପରେ ଏଭଳି କହିଲେ ସାଂସଦ

ହାଇଦ୍ରାବାଦ: ସାଂସଦଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ। ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ପାର୍ଟି ସାଂସଦ ଗୋରାନ୍ତଲା ମାଧବଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହେବା ପରେ ରାଜ୍ୟରେ ରାଜନୈତିକ ତାତି ବଢ଼ିଛି। ଭିଡିଓରେ ସାଂସଦ ବୋଲି କୁହାଯାଉଥିବା ଜଣେ ପୁରୁଷ ଭିଡିଓ କଲ କରି ମହିଳାଙ୍କ ସହ ଅଶ୍ଲୀଳ କାମ କରୁଥିବା ଦେଖାଯାଇଛି। ତେବେ ଭିଡିଓକୁ ନକଲି ବୋଲି କହି ସାଂସଦ ମାନହାନି ମକଦ୍ଦମା ଦାୟର କରିବେ ବୋଲି ଧମକ ଦେଇଛନ୍ତି।

ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ପୁରୁଷ ଭିଡିଓ କଲ୍ ମାଧ୍ୟମରେ ଜଣେ ମହିଳାଙ୍କ ସହ ଅଶ୍ଳୀଳ କାର୍ଯ୍ୟ କରୁଥିବା ଦେଖାଯାଉଛି। ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ଜଣକ ବିନା ସାର୍ଟରେ ବୁଲୁଛନ୍ତି ଏବଂ ପରେ ଭିଡିଓ କଲରେ ଜଣେ ମହିଳାଙ୍କୁ ତାଙ୍କର ବ୍ୟକ୍ତିଗତ ଅଙ୍ଗ ଦେଖାଉଛନ୍ତି। ତେବେ ଜିମରେ ସାର୍ଟଲେସ୍ ୱାର୍କଆଉଟ୍ କରୁଥିବା ଭିଡିଓକୁ ଏକ ଅଶ୍ଳୀଳ ଭିଡିଓରେ ପରିଣତ କରାଯାଇଛି ବୋଲି ସାଂସଦ ଦାବି କରିଛନ୍ତି।

ୱାଇଏସଆର କଂଗ୍ରେସ ପାର୍ଟି ସାଂସଦ ଗୋରାନ୍ତଲା ମାଧବ ଏହି ଭିଡିଓକୁ ନକଲି ବୋଲି କହି ମାନହାନି ମକଦ୍ଦମା ଦାୟର କରିବେ ବୋଲି ଧମକ ଦେଇଛନ୍ତି। ମାଧବ କହିଛନ୍ତି ଯେ ଏହି ନକଲି ଭିଡିଓ ବିରୋଧୀ ଦଳ ତେଲୁଗୁ ଦେଶମ ପାର୍ଟି ଭାଇରାଲ କରିଛି। ଏଭଳି ଭିଡିଓ ଭାଇରାଲ କରି ପ୍ରତିଦ୍ୱନ୍ଦ୍ୱୀମାନେ ମୋତେ ଫସାଇବାକୁ ଷଡଯନ୍ତ୍ର କରୁଛନ୍ତି।

ଆନ୍ଧ୍ରପ୍ରଦେଶର ସାଂସଦ କହିଛନ୍ତି ଯେ ସେ ପୁଲିସ ଏବଂ ସାଇବର କ୍ରାଇମ ୟୁନିଟରେ ସେ ଅଭିଯୋଗ କରିସାରିଛନ୍ତି। ରାଜନୀତିରେ ଯୋଗଦେବା ପୂର୍ବରୁ ମାଧବ ନିଜେ ଜଣେ ପୁଲିସ ଅଧିକାରୀ ଥିଲେ। ତେବେ ତାଙ୍କ କହିବା ମୁତାବକ, ପଛୁଆ ବର୍ଗର ହୋଇ ବି କଠିନ ପରିଶ୍ରମ କରି ସେ ଆଗକୁ ଆଗେଇ ଚାଲିଛନ୍ତି। ଏହି କାରଣରୁ ତାଙ୍କୁ ଫସାଇବାକୁ ଉଦ୍ୟମ କରାଯାଉଛି। ଯଦି ଆବଶ୍ୟକ ହୁଏ ତେବେ ସେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର