ଦକ୍ଷିଣ କୋରିଆରୁ ୧ଲକ୍ଷ ଟେଷ୍ଟ କିଟ୍ ଗ୍ରହଣ କରିବା ପରେ ପ୍ରଥମେ ନିଜର ପରୀକ୍ଷା କରାଇଲେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସରକାର ଶୁକ୍ରବାର ଦିନ ଦକ୍ଷିଣ କୋରିଆର ସିଓଲରୁ ଏକ ଲକ୍ଷ ଦ୍ରୁତ ପରୀକ୍ଷଣ କିଟ୍ ଗ୍ରହଣ କରିଛନ୍ତି। ଦକ୍ଷିଣ କୋରିଆରୁ ଆସିଥିବା ଏହି କିଟ୍ ଗୁଡିକ କୋଭିଡ-୧୯ ପରୀକ୍ଷାର ଫଳାଫଳ ଦଶ ମିନିଟରେ ପାଇବାରେ ସାହାଯ୍ୟ କରିବ | ସାମୂହିକ ପରୀକ୍ଷା ପାଇଁ ଏହି କିଟ୍ ଗୁଡିକ ବ୍ୟବହାର କରିବାକୁ ସରକାର ଯୋଜନା କରିଥିବା ଜଣା ପଡିଛି | ତିନିରୁ ଚାରି ଦିନ ମଧ୍ୟରେ କିଟ୍ ସବୁ ଜିଲ୍ଲାକୁ ବଣ୍ଟନ କରାଯିବ ବୋଲି ଆନ୍ଧ୍ରପ୍ରଦେଶର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ଶୁକ୍ରବାର ଦିନ କୋରିଆରୁ ୧ଲକ୍ଷ ଟେଷ୍ଟ କିଟ୍ ଗ୍ରହଣ କରିଛି ଏବଂ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ପ୍ରଥମେ ଏହି କିଟ ସାହାଯ୍ୟରେ ନିଜର ପରୀକ୍ଷା କରାଇଥିଲେ ବୋଲି ସୂଚନା ମିଳିଛି | ବିଶେଷଜ୍ଞମାନେ ମୁଖ୍ୟମନ୍ତ୍ରୀଙ୍କ ନମୁନା ପରୀକ୍ଷା କରିଥିବା ବେଳେ ରିପୋର୍ଟ ନେଗେଟିଭ ଆସିଥିଲା ବୋଲି ଜଣା ଯାଇଛି |

Turkish scientists develop COVID-19 testing kits - Turkey News
Hurriyet Daily News

ଏହି ସମୟରେ, ଆନ୍ଧ୍ରପ୍ରଦେଶରେ କରୋନାଭାଇରସ୍ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୫୭୨କୁ ବୃଦ୍ଧି ପାଇଛି। ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୩୮ଟି କରୋନାଭାଇରସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି | ଏପର୍ଯ୍ୟନ୍ତ ୧୪ଜଣ କରୋନାଭାଇରସର ଶିକାର ହୋଇ ମୃତ୍ୟୁବରଣ କରିଥିବା ବେଳେ ୩୫ଜଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଗୁଣ୍ଟୁର ଏବଂ କୁର୍ନୁଲ ଜିଲ୍ଲା ପ୍ରତ୍ୟେକରେ ୧୨୬ଟି ମାମଲା ରେକର୍ଡ କରାଯାଇଛି। ଶ୍ରୀକାକୁଲମ୍ ଏବଂ ବିଜୟାନଗରମ ଜିଲ୍ଲାଗୁଡ଼ିକରେ କୌଣସି କେହି କରୋନା ଆକ୍ରାନ୍ତ ହୋଇନଥିବା ଜଣା ପଡିଛି।

ସମ୍ବନ୍ଧିତ ଖବର