ହାଇଦ୍ରାବାଦ: ଜୁଲାଇ ୧୩ରୁ ଆନ୍ଧ୍ରପ୍ରଦେଶ ସରକାର ପ୍ରତିବନ୍ଧକ ଏବଂ କୋଭିଡ -୧୯ପ୍ରୋଟୋକଲ ସହିତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ହାଇସ୍କୁଲର ସମସ୍ତ ପ୍ରଧାନଶିକ୍ଷକ ଏବଂ ଶିକ୍ଷକମାନଙ୍କୁ ୟୁଡିଆଇଏସଇ+ ତଥ୍ୟ ସଂପୂର୍ଣ୍ଣ କରିବାକୁ ଏବଂ ଜୁଲାଇ ୧୦ କିମ୍ବା ତା ପୂର୍ବରୁ ସମସ୍ତ ରେଜିଷ୍ଟର ଅପଡେଟ୍ କରିବାକୁ ପଡିବ | ଜୁଲାଇ ୧୩ରୁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ସପ୍ତାହରେ ଥରେ ଖୋଲାଯିବା ସହ ସପ୍ତାହରେ ଦୁଇଥର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ହାଇସ୍କୁଲ ଖୋଲାଯିବ ବୋଲି ସରକାର ଘୋଷଣା କରିଛନ୍ତି |

Advertisment

Schools from green, orange zones likely to reopen first, students ... ThePrint

ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶ ବିଦ୍ୟାଳୟଗୁଡ଼ିକ ଅଗଷ୍ଟ ୩, ୨୦୨୦ରେ ପୁନଃ ଖୋଲିବାର ଥିଲା। ସେହି ଦିନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ୍ ମୋହନ ରେଡ୍ଡୀ ଛାତ୍ରମାନଙ୍କ ପାଇଁ 'ୱାଇଏସଆର ବିଦ୍ୟା କାନୁକା' ଲଞ୍ଚ କରିବାର ଥିଲା। ୱାଇଏସଆର ବିଦ୍ୟା କାନୁକା ଅଧୀନରେ ସମସ୍ତ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ, ବହି, ବେଲ୍ଟ, ଜୋତା ଏବଂ ଚୁଡ଼ି ଯୋଗାଇ ଦିଆଯିବାର ଥିଲା। କିନ୍ତୁ ଏବେ ସରକାର ନିଜ ନିଷ୍ପତି ବଦଳାଇଛନ୍ତି | ଅଗଷ୍ଟ ୩ ନୁହେଁ ବରଂ ଜୁଲାଇ ୧୩ରୁ ସ୍କୁଲ ଆରମ୍ଭ କରିବା ପାଇଁ ନିଷ୍ପତି ନେଇଛନ୍ତି |