ନୂଆଦିଲ୍ଲୀ: ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇ ଅତିକମରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି।  ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ବିଭିନ୍ନ ସ୍ଥାନରୁ ୧୭,୦୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସ‌ାରିଲାଣି। କାରଣ ଲଗାତାର ବର୍ଷା ସାରା ରାଜ୍ୟକୁ ଜଳମଗ୍ନ କରି ବ୍ୟାପକ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ପ୍ରାୟ ୧୪୦ଟି ଟ୍ରେନ୍ ବାତିଲ୍ ହୋଇଛି ଏବଂ ଅନେକ ଟ୍ରେନ୍‌କୁ ପଥଚ୍ୟୁତ କରାଯାଇଛି।

Advertisment

ଲଘୁଚାପ ପ୍ରଣାଳୀ ଦ୍ୱାରା ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ରାସ୍ତା ବନ୍ଦ ହେବା ସହ ଅନେକ ଅଞ୍ଚଳକୁ ବିଚ୍ଛିନ୍ନ କରି ହଜାର ହଜାର ଲୋକଙ୍କୁ ଅଟକି ରହିବାକୁ ବାଧ୍ୟ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସଂପର୍କରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ସହ କଥାବାର୍ତ୍ତା କରି ଉଭୟ ରାଜ୍ୟର ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ଆଗାମୀ ଦିନରେ ଅଧିକ ବର୍ଷା ହେବାର ଆଶଙ୍କା ଥିବାରୁ ସେ ସେମାନଙ୍କୁ କେନ୍ଦ୍ରର ସମସ୍ତ ସମ୍ଭାବ୍ୟ ସହାୟତା ବିଷୟରେ ଆଶ୍ୱାସନା ଦେଇଛନ୍ତି।