ହାଇଦ୍ରାବାଦ୍ : ଆନ୍ଧ୍ରପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ନୂଆ ଇତିହାସ ସୃଷ୍ଟି କରି ନିକଟରେ ୫ ଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ ଦେଇଥିଲେ। ତେବେ ଏହି ୫ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀ ପମୁଳା ପୁଷ୍ପା ଶ୍ରୀବାନୀଙ୍କର ଏକ ଭୁଲ୍କୁ ଏବେ ଟିଡିପି ଅସ୍ତ୍ର କରିଛି। ଶ୍ରୀବାନୀ ଉପମୁଖ୍ୟମନ୍ତ୍ରୀ ହେବାପରେ ପ୍ରଥମ ଥର ପାଇଁ ତାଙ୍କ ଗୃହ ଜିଲ୍ଲା ବିଜୟନଗରମ୍ ଗସ୍ତ କରିଥିଲେ। ତେବେ ଏହି ସମୟରେ ସେ ଲୋକମାନଙ୍କୁ ଉଦ୍ବୋଧନ ଦେବା ସମୟରେ ଏକ ଭୁଲ୍ କଥା କହିଦେଇଥିଲେ। ଜଗନ ମୋହନ ରେଡ୍ଡି ସରକାର ରାଜ୍ୟରେ ‘କରେକ୍ଟ ରୁଲ୍’ ତଥା ସଠିକ୍ ଶାସନ କରିବ ବୋଲି କହିବା ପରିବର୍ତ୍ତେ ସେ ‘କରପ୍ଟ ରୁଲ’ କହି ଦେଇଥିଲେ। ଏହାକୁ ଟିଡିପି ଅସ୍ତ୍ର କରିଛି ଏବଂ ଉପମୁଖ୍ୟମନ୍ତ୍ରୀଙ୍କ କଥାରେ ଟିଡିପି ରାଜି ବୋଲି କହିଛି।
ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଭୁଲ୍କୁ ଅସ୍ତ୍ର କଲା ଟିଡିପି
/sambad/media/post_attachments/wp-content/uploads/2018/12/TDP-480x400-1-480x400.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)