ବିସ୍ମୟ ! ୭୪ ବର୍ଷ ବୟସରେ ଯମଜ ସନ୍ତାନଙ୍କୁ ଜନ୍ମ ଦେଲେ ବୃଦ୍ଧା, ବିବାହର ୫୭ ବର୍ଷ ପରେ ମା’ ହେଲେ

ଗୁଣ୍ଟୁର(ଆନ୍ଧ୍ରପ୍ରଦେଶ) : ଗୁରୁବାର ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଏକ ଅଜବ ଘଟଣା ଘଟିଛି । ୭୪ବର୍ଷ ବୟସରେ ଜଣେ ବୃଦ୍ଧା ଯମଜ ସନ୍ତାନଙ୍କୁ ଜନ୍ମ ଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଇନ୍-ଭିଟ୍ରୋ ଫର୍ଟିଲାଇଜେସନ୍‌ (ଆଇଭିଏଫ୍) ପଦ୍ଧତି ଦ୍ୱାରା ସମ୍ଭବ ହୋଇ ପାରିଛି ବୋଲି କହିଛନ୍ତି ଡାକ୍ତର । ତେବେ ୭୪ବର୍ଷ ବୟସରେ ଦୁଇଟି ସନ୍ତାନଙ୍କୁ ଜନ୍ମ ଦେବାରେ ବୃଦ୍ଧା ପ୍ରଥମ ବୋଲି ଜଣା ପଡ଼ିଛି । ଏହା ପୂର୍ବରୁ ୨୦୧୬ରେ ୭୦ବର୍ଷ ବୟସରେ ସନ୍ତାନ ଜନ୍ମ କରିଥିଲେ ପଞ୍ଜାବର ଦଲ୍‌ଜିନ୍ଦର କୌର୍‌ ।

hindustantimes.com

ସୂଚନା ମୁତାବକ, ଏରାମତି ମଙ୍ଗାୟାମ୍ମା ଓ ତାଙ୍କ ସ୍ୱାମୀ ଇ.ରାଜା ରାଓ ମାର୍ଚ୍ଚ ୨୨, ୧୯୬୨ରେ ବିବାହ କରିଥିଲେ । ବିବାହ ପରେ ପରେ ଏରାମତି ମା’ ହେବାକୁ ସକ୍ଷମ ହୋଇ ପାରି ନଥିଲେ । ବିବାହର ୫୭ବର୍ଷ ପର୍ଯ୍ୟନ୍ତ ସେ ସନ୍ତାନହୀନ ରହିବା ପରେ ପଡ଼ୋଶୀଙ୍କ ଠାରୁ ଇନ୍- ଭିଟ୍ରୋ ଫର୍ଟିଲାଇଜେସନ୍‌ ବିଷୟରେ ଜାଣିବାକୁ ପାଇଥିଲେ । ଯାହା ପରେ ଏରାମତି ସ୍ୱାମୀଙ୍କ ସହ ଯାଇ ଡାକ୍ତରଙ୍କୁ ଦେଖା କରିଥିଲେ । ଏରାମତିଙ୍କ ସମସ୍ୟା ବିଷୟରେ ବୁଝି ଡାକ୍ତର ଇନ୍-ଭିଟ୍ରୋ ଫର୍ଟିଲାଇଜେସନ୍‌ ମାଧ୍ୟମରେ ଜାନୁଆରି ୨୦୧୯ରେ ତାଙ୍କୁ ଗର୍ଭବତୀ କରାଇବାରେ ସଫଳ ହୋଇଥିଲେ । ଏବେ ତାଙ୍କର ପ୍ରସବ କରାଯାଇଥିବା ବେଳେ କୌଣସି ଶାରୀରିକ ସମସ୍ୟା ନ ଥିବାରୁ ସେ ସୁସ୍ଥ ଥିବା କହିଛନ୍ତି ଡାକ୍ତର ।

ସମ୍ବନ୍ଧିତ ଖବର