କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିବା ପରେ ଅଧା ରାସ୍ତାରେ ବ୍ରିଟେନ ଫେରନ୍ତା ମହିଳାଙ୍କୁ ଟ୍ରେନରୁ ଓହ୍ଲାଇଦେଲା ପୁଲିସ

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିବା ପରେ ଅଧା ରାସ୍ତାରେ ବ୍ରିଟେନ ଫେରନ୍ତା ମହିଳାଙ୍କୁ ପୁଲିସ ଟ୍ରେନରୁ ଓହ୍ଲାଇଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ମହିଳାଜଣକ ବ୍ରିଟେନରୁ ଫେରି ନିଜ ପୁଅ ସହ ଟ୍ରେନ‌ ଯୋଗେ ନିଜ ଘରକୁ ଯାଉଥିଲେ। ପରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିବା ଜାଣି ଦିଲ୍ଲୀରୁ ଭାଇଜାଗ ଯାଉଥିବା ଟ୍ରେନକୁ ରାଜମୁଣ୍ଡ୍ରୀରେ ଅଟକାଇ ପୁଲିସ ମହିଳା ଏବଂ ତାଙ୍କ ପୁଅକୁ ଓହ୍ଲାଇଥିଲା ବୋଲି ଜଣା ପଡ଼ିଛି। ଏବେ ତାଙ୍କୁ ସରକାରୀ ସଙ୍ଗରୋଧ କେନ୍ଦ୍ରକୁ ପଠାଯିବା ସହ ତାଙ୍କ ସ୍ବାବ ନମୁନା ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଛି। ଏଥିରୁ ସେ ବ୍ରିଟେନରେ ବ୍ୟାପୁଥିବା ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଜଣା ପଡ଼ିବ।

33 passengers test positive at Ahmedabad railway station | India News,The  Indian Express
The Indian Express

ସୂଚନା ମୁତାବକ, ବ୍ରିଟେନରୁ ଦିଲ୍ଲୀରେ ପହଞ୍ଚିବା ପରେ ନିଜ କରୋନା ରିପୋର୍ଟ ବିଷୟରେ ଅଜଣା ଥିବା ମହିଳାଜଣକ ପୁଅ ସହ ଆନ୍ଧ୍ରପ୍ରଦେଶର ହୁକୁମପେଟକୁ ଯାତ୍ରା ଆରମ୍ଭ କରିଥିଲେ। ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜାଣି ଖୋଜାଖୋଜି ଆରମ୍ଭ ହେବା ପରେ ସେ ଦିଲ୍ଲୀରୁ ଭାଇଜାଗ ଯାଉଥିବା ଟ୍ରେନରେ ଥିବା ଜଣା ପଡ଼ିଥିଲା। ଏନେଇ ସ୍ଥାନୀୟ ପୁଲିସକୁ ସୂଚନା ଦିଆଯିବା ପରେ ସେମାନେ ମହିଳାଙ୍କୁ ରାଜମୁଣ୍ଡ୍ରୀରେ ଓହ୍ଲାଇ ଏବେ ସରକାରୀ ସଙ୍ଗରୋଧ କେନ୍ଦ୍ରକୁ ପଠାଇଛନ୍ତି।

ସମ୍ବନ୍ଧିତ ଖବର