ନେପିଡ଼ା: ମ୍ୟାନ୍ମାରର ବିତାଡ଼ିତ ନେତ୍ରୀ ତଥା ନୋବେଲ ଶାନ୍ତି ବିଜେତା ଅଙ୍ଗ ସାନ୍ ସୁ କି’ଙ୍କୁ ବୁଧବାର ସାମରିକ କୋର୍ଟ ଦୁର୍ନୀତି ଅଭିଯୋଗରେ ୫ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସାମରିକ କୋର୍ଟ ୭୬ ବର୍ଷୀୟା ସୁ କି’ଙ୍କୁ ୬ ଲକ୍ଷ ଡଲାର ନଗଦ ଓ ସୁନା ଇଟା ଲାଞ୍ଚ ନେବା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୁ କି’ଙ୍କ ବିରୋଧରେ ରହିଥିବା ୧୧ଟି ଦୁର୍ନୀତି ମାମଲା ମଧ୍ୟରୁ ଏହା ହେଉଛି ପ୍ରଥମ। ପ୍ରତ୍ୟେକ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ। ସୂଚନାଯୋଗ୍ୟ, ସୁ କି’ଙ୍କ ଶୁଣାଣି ସାମରିକ କୋର୍ଟ ଦ୍ବାରା ରୁଦ୍ଧ କୋଠରିରେ ହୋଇଥିଲା। ସେଠାକୁ ସାମ୍ବାଦିକମାନଙ୍କୁ ଯିବାକୁ ବାରଣ କରାଯାଇଥିଲା। ସୁ କି’ଙ୍କ ଓକିଲଙ୍କୁ ମଧ୍ୟ ମିଡ଼ିଆ ଆଗରେ ବା ସର୍ବସାଧାରଣରେ ମୁହଁ ଖୋଲିବା ପାଇଁ ବାରଣ କରାଯାଇଛି। ଏହା ପୂର୍ବରୁ ସେନା ବିରୋଧରେ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେବା, କୋଭିଡ୍ ନିୟମ ଭାଙ୍ଗିବା ଓ ଏକ ଦୂରସଂଚାର ଆଇନ ଭାଙ୍ଗିବା ଅଭିଯୋଗରେ ସୁ କି’ଙ୍କୁ ଛଅ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରାହୋଇଛି। ଏକ ସାମରିକ ବିଦ୍ରୋହ ମାଧ୍ୟମରେ ଗତବର୍ଷ ଫେବ୍ରୁଆରି ମାସରେ ସୁ କି’ଙ୍କ ନିର୍ବାଚିତ ସରକାରଠାରୁ କ୍ଷମତା ଛଡ଼ାଇ ନେବାଠାରୁ ଅଦ୍ୟାବଧି ସେନା ଦ୍ବାରା ପ୍ରାୟ ୧,୭୦୦ ଲୋକଙ୍କୁ ହତ୍ୟା କରାଯିବା ସହ ୧୩,୦୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି।
ଦୁର୍ନୀତି ଅଭିଯୋଗରେ ଅଙ୍ଗ ସାନ୍ ସୁ କି’ଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ
/sambad/media/post_attachments/wp-content/uploads/2022/04/56d4654dag654gd65gd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)