ସଜେଇ ହୋଇ ଦୁଇ ଶିଶୁଙ୍କ ସହ ଆତ୍ମହତ୍ୟା କଲେ ଅଙ୍ଗନୱାଡି କର୍ମୀ

ଭୋପାଳ: ମଥାରେ ସିନ୍ଦୁର ନାଇଲେ, ଆଉ ଦଉଡିରେ ନିଜର ଦୁଇ ଶିଶୁଙ୍କ ସହ ଝୁଲିପଡିଲେ | ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାର ସେମାରିଅହିର ଗାଁରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ନିଜର ଦୁଇ ନିରୀହ ପିଲାଙ୍କ ସହିତ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି | ମିଳିଥିବା ସୂଚନା ମୁତାବକ ୨୮ ବର୍ଷୀୟ ରୂପବତୀ, ଅଙ୍ଗନୱାଡି ସହାୟିକା ଭାବେ କାର୍ଯ୍ୟ କରୁଥିଲେ | ରବିବାର ଦିନ ରୂପବତୀ, ନିଜର ୬ ବର୍ଷର ପୁଅ ଓ ୩ ବର୍ଷର ଝିଅ ସହ ଆତ୍ମହତ୍ୟା କରିଥିଲେ |

ପୁଲିସ ଘଟଣା ବାବଦରେ ଜାଣିବା ପରେ ଅନୁସନ୍ଧାନ କରୁଛି | ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ମହିଳା ଜଣକ ଆତ୍ମହତ୍ୟା କରିବା ପୂର୍ବରୁ ସିନ୍ଦୁର ନାଇଥିଲେ ଓ ସଜେଇ ହୋଇଥିଲେ | ଜଣେ ସଧବା ଭାବରେ ଆତ୍ମହତ୍ୟା କରିବାର ଅଭିଳାଷ ରଖି ରୂପବତୀ ଆତ୍ମହତ୍ୟା କରିଥିଲେ | ଏହି ଘଟଣା ପରଠାରୁ ଏହି ଅଞ୍ଚଳରେ ଦୁଃଖର ଲହରୀ ଖେଳିଯାଇଛି |

ପୁଲିସ ଆତ୍ମହତ୍ୟାର କାରଣ ଖୋଜୁଥିବାବେଳେ ଶବ ବ୍ୟବଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ତେବେ ମୃତ ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ ୪ ମାସ ତଳେ ତାଙ୍କ ପତ୍ନୀଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା | ଆଉ ୨ ମାସ ପୂର୍ବରୁ ଏହି ପୁତ୍ର ସନ୍ତାନର ମୃତ୍ୟୁ ହୋଇଯାଇଥିଲା | ଯାହାକୁ ନେଇ ମହିଳାଜଣକ ମାନସିକ ଭାରସାମ୍ୟ ହରାଇଥିଲେ |

ସମ୍ବନ୍ଧିତ ଖବର