ରାଗରେ ଆସି ଚାଷୀ ବସ୍ତାବସ୍ତା ରସୁଣ ପାଣିରେ ଭସାଇ ଦେଲେ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଅନ୍ତିମ ଛୋରରେ ଥିବା ନିମଚ ଜିଲ୍ଲାରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଚାଷୀ ରସୁଣ ଭର୍ତ୍ତି ବସ୍ତାକୁ ପାଣିରେ ଭସାଇ ଦେଉଥିବା ଦେଖିବାକୁ ମିଳୁଛି।

ନିମଚ ମନ୍ଦସୋର ଜିଲ୍ଲାରେ ବିପୁଳମାତ୍ରାରେ ରସୁଣ ଚାଷ କରାଯାଏ। କିନ୍ତୁ ରସୁଣ ପାଇଁ ଚାଷୀଙ୍କୁ ଯେତିକି ପ୍ରାପ୍ୟ ହେବା କଥା ଯେତିକି ମିଳି ପାରୁ ନାହଁ। ତେଣୁ ଚାଷୀମାନେ ରାଗି ଯାଇ ବସ୍ତାବସ୍ତା ରସୁଣକୁ ପାଣିରେ ଭସାଇ ଦେଉଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ଚାଷୀ ଦିନେଶ ଅହିର ନିକଟରେ ରସୁଣ ଚାଷ ପାଇଁ ଯେତିକି ଅର୍ଥ ଖର୍ଚ୍ଚ କରିଥିଲେ। ସେତିକି ଟଙ୍କା ବି ସେ ପାଇ ପାରିଲେ ନାହିଁ। ଆଉ ଚାଷରୁ ଲାଭ କରିବା ତ ଦୂରର କଥା । ରସୁଣ ଚାଷ କରି ସେ ଉଚିତ ମୂଲ୍ୟ ପାଇ ପାରିଲେ ନାହିଁ। ଆଉ ମଣ୍ଡିକୁ ଯାଇ ବିକ୍ରି କଲେ ଯିବାଆସିବାରେ ଖର୍ଚ୍ଚ ଲାଗିଯିବ। ତେଣୁ ଦିନେଶ ରାଗି ଯାଇ ନିକଟରେ ଏକ ଏକର ଜମିରେ ଉତ୍ପାଦନ କରିଥିବା ୪୦ବସ୍ତା ରସୁଣକୁ ଡ୍ରେନ ପାଣିରେ ଭସାଇ ଦେଇଥିଲେ। ତେବେ ଏପରି ନକରିବାକୁ ତାଙ୍କୁ କିଛି ଲୋକ ବୁଝାଇ ଥିଲା ବେଳେ ସେ କାହାରି କିଛି କଥା ଶୁଣି ନଥିଲେ। କାରଣ ବହୁତ କଷ୍ଟରେ ସେ ରସୁଣ ଚାଷ କରିଥିବା ବେଳେ ସେଥିରୁ ସେ ତାଙ୍କ ମୂଳଧନ ବି ଉଠାଇ ପାରିଲେ ନାହିଁ। ଏହାକୁ ନେଇ ସେ ବିଚଳିତ ହୋଇପଡ଼ିଛନ୍ତି।

 

ସମ୍ବନ୍ଧିତ ଖବର