ମାଳଦ୍ବୀପରେ ଯୋଗ ଶିବିର ଉପରେ ଆକ୍ରମଣ , ଭିଡିଓ ଦେଖନ୍ତୁ

ମାଲେ :  ଭାରତ ସମେତ ସାରା ବିଶ୍ବରେ ଆଜି ଅର୍ଥାତ ଜୁନ 21ରେ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । ଭାରତ ଦ୍ବାରା ଆରମ୍ଭ କରାଯାଇଥିବା ଏହି ଅଭିଯାନକୁ ଏବେ ସାରା ବିଶ୍ବରେ ସମର୍ଥନ ମିଳୁଛି । ତେବେ କେତେକ ଦେଶରେ ଇସ୍ଲାମୀୟ ଚରମପନ୍ଥୀମାନେ ଏହାକୁ ବିରୋଧ କରୁଛନ୍ତି ।

ଭାରତର ଏକ ମିତ୍ର ଦେଶ ମାଳଦ୍ବୀପରେ ଆଜି ଇସ୍ଲାମୀୟ ଚରମପନ୍ଥୀମାନେ ଯୋଗ ଦିବସକୁ ବିରୋଧ କରିଛନ୍ତି । ମାଲେଠାରେ ଥିବା ଭାରତୀୟ ଦୂତାବାସ, ଇଣ୍ଡିଆନ କଲଚରାଲ ସେଣ୍ଟର ଓ ମାଳଦ୍ବୀପର କ୍ରୀଡ଼ା, ଯୁବ ଓ ଗୋଷ୍ଠୀ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ସ୍ଥାନୀୟ ଏକ ଷ୍ଟାଡିୟମରେ ଯୋଗ ଶିବିର ଚାଲିଥିବାବେଳେ କେତେକ ଲୋକ ସେଠାରେ ପହଞ୍ଚି କାର୍ଯ୍ୟକ୍ରମକୁ ଭଣ୍ଡୁର କରିଛନ୍ତି । ସେମାନେ ବିଭିନ୍ନ ଇସ୍ଲାମୀୟ ସ୍ଲୋଗାନ ଲେଖାଥିବା ବ୍ୟାନର ଧରି ଷ୍ଟାଡିୟମରେ ପ୍ରବେଶ କରିବା ସହ ଶିବିରରେ ଅଂଶଗ୍ରହଣ କରିଥିବା ଲୋକମାନଙ୍କୁ ଅସଦାଚରଣ କରିଥିଲେ ଓ ସେମାନଙ୍କୁ ଶିବିର ଛାଡ଼ି ଚାଲିଯିବାକୁ ବାଧ୍ୟ କରିଥିଲେ । କେତେକ ଲୋକଙ୍କୁ ସେମାନେ ଧମକ ଦେଇଥିବା ଅଭିଯୋଗ ହୋଇଛି ।

 

ମାଳଦ୍ବୀପ ସରକାର ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାଳଦ୍ବୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲି ଟୁଇଟ କରି ଲେଖିଛନ୍ତି ଯେ ଘଟଣାର ତଦନ୍ତ କରାଯାଉଛି ଓ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

ସମ୍ବନ୍ଧିତ ଖବର