ନୂଆଦିଲ୍ଲୀ: ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନଥାଏ | କିଛି ଏଭଳି କଥାକୁ ସତ ବୋଲି ପ୍ରମାଣିତ କରିଛନ୍ତି ରାଜସ୍ଥାନର ପିଣ୍ଟୁ ରଣା | ଆଉ ପିଣ୍ଟୁଙ୍କର ପରିଶ୍ରମକୁ ଆଜି ପ୍ରଶଂସା କରିଛନ୍ତି ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ | ଅନିଲ ଆଜି ଟ୍ୱିଟ କରି ଏହି ଯୁବକଙ୍କୁ ପ୍ରଶଂସା କରିଛନ୍ତି | ମିଳିଥିବା ସୂଚନା ମୁତାବକ ରାଜସ୍ଥାନର ପିଣ୍ଟୁ ରଣା ଦିନେ ବେଦାନ୍ତର ଏକ ପ୍ଲାଣ୍ଟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ | ପରିବାରର ଆର୍ଥିକ ସ୍ଥିତି ସେତେ ସୁଦୃଢ ନଥିବାରୁ ସେ ବାଧ୍ୟ ହୋଇ ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କରୁଥିଲେ | ତେବେ ପିଣ୍ଟୁ ପାଠପଢା ଛାଡ଼ିନଥିଲେ | କିଭଳି ଗାର୍ଡ ଚାକିରି ସହ ପାଠ ପଢ଼ିହେବ ସେହି ଚେଷ୍ଟାରେ ଲାଗିପଡ଼ିଥିଲେ | ଆଉ ସିକ୍ୟୁରିଟି ଗାର୍ଡ ଭାବେ ଚାକିରି କରି ଯେତିକି ବି ଦରମା ପାଉଥିଲେ ସେଥିରୁ କିଛି ଘରକୁ ପଠାଇ ବାକି ଟଙ୍କା ସଂଚୟ କରି ବହି କିଣିଥିଲେ |
One of our ex-employees is now a police officer! Glad to learn that Pintu Rana, who worked with us as a security guard, had put his salary into preparing for exams & is now a sub-inspector in Rajasthan! I wish him the best & hope this inspires others to also go for their dreams. pic.twitter.com/mMIWsdDXsS
— Anil Agarwal (@AnilAgarwal_Ved) September 20, 2022
କମ୍ପାନି ପକ୍ଷରୁ ତାଙ୍କୁ ଯାହା ଦାୟିତ୍ୱ ଦିଆଯାଇଥିଲା, ତାହାକୁ ସୁଚାରୁ ରୂପେ ନିର୍ବାହ କରି ବଳକା ସମୟକୁ ସେ ନଷ୍ଟ ନ କରି ପାଠ ପଢିଥିଲେ | ଆଉ ଶେଷରେ ସେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ବାହାରିଥିବା ପୁଲିସ ସବ-ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିଥିଲେ | ଏହି ପରୀକ୍ଷାରେ ଉଭୟ ଲିଖିତ ଓ ମୌଖିକ ପରୀକ୍ଷାରେ ସଫଳତା ପାଇ ଆଜି ସେ ଚାକିରିରେ ଯୋଗ ଦେଇଛନ୍ତି | ଆଉ ଏହାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବେଦାନ୍ତ ମୁଖ୍ୟ | ସେ ଟ୍ୱିଟ କରି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ପିଣ୍ଟୁଙ୍କ ପରିଶ୍ରମ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଲେଖିଛନ୍ତି |