ମୁମ୍ବାଇ: ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ସାନ ଭାଇ ଅନୀଲ ଅମ୍ବାନିଙ୍କ କଂପାନି ରିଲାଏନ୍ସ ଇନ୍ଫ୍ରା ଏହାର ଋଣ ବୋଝ କମ୍ କରିବା ପାଇଁ ମୁମ୍ବାଇଠାରେ ଥିବା ନିଜର ବିଦ୍ୟୁତ କାରବାରକୁ ବିକ୍ରି କରିବ। କଂପାନି ଉପରେ ୨୦ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି। ବିଦ୍ୟୁତ କାରବାରକୁ ବିକ୍ରି କରି କଂପାନି ୧୪ ହଜାର କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖିଛି। ରିଲାଏନ୍ସ ଇନ୍ଫ୍ରାର ମୁମ୍ବାଇ ବିଦ୍ୟୁତ କାରବାରକୁ କିଣିବା ପାଇଁ ଚାରିଟି ସଂସ୍ଥା ଆଗ୍ରହ ପ୍ରକଟ କରିଛନ୍ତି। ହାଇଦ୍ରାବାଦର ଗ୍ରିନ୍କୋ, ଟାଟା ପାଓ୍ଵାର, ହଂକଂର ସିଏଲ୍ପି ଏବଂ ଇଟାଲିର ଇନେଲ୍ ନାମକ କଂପାନି ରିଲାଏନ୍ସ ଇନ୍ଫ୍ରାର ଏହି କାରବାର କିଣିବାକୁ ଆଗ୍ରହ ଦେଖାଇଛନ୍ତି। ରିଲାଏନ୍ସ ଏବେ ପ୍ରତିରକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବାକୁ ଚାହୁଁଛି। କଂପାନି ଏଭଳି କ୍ଷେତ୍ରରେ କାରବାର କରିବାକୁ ଚାହୁଁଛି ଯେଉଁଠାରେ ପୁଞ୍ଜି ଆବଶ୍ୟକତା କମ୍ ରହିବ।
ବିଦ୍ୟୁତ କାରବାର ବିକି ଋଣ ଶୁଝିବେ ଅନିଲ ଅମ୍ବାନି
/sambad/media/post_attachments/wp-content/uploads/2017/10/aa.jpg)