ୟେସ୍‌ ବ୍ୟାଙ୍କ୍‌ ଦୁର୍ନୀତିରେ ଫସିଲେ ରିଲାଏନ୍ସ ଗ୍ରୁପ୍‌ ମୁଖ୍ୟ ଅନୀଲ ଅମ୍ବାନୀ; ଇଡି ଜାରି କଲା ସମନ

ମୁମ୍ବାଇ/ ନୂଆଦିଲ୍ଲୀ: ସଂପ୍ରତି ଘୋର ଆର୍ଥିକ ସଙ୍କଟ ଓ ଦୁର୍ଗତିର ସମ୍ମୁଖୀନ ହୋଇଥିବା ଦେଶର ଅନ୍ୟତମ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ ମୁଖ୍ୟ ଅନୀଲ ଅମ୍ବାନୀଙ୍କୁ ପୁଣି ଲାଗିଛି ଏକ ବଡ଼ ଝଟ୍‌କା। ୟେସ୍‌ ବ୍ୟାଙ୍କ୍‌ ଦୁର୍ନୀତିରେ ଛନ୍ଦି ହୋଇ ପଡ଼ିଛନ୍ତି ଅନୀଲ ଅମ୍ବାନୀ ଏବଂ ୟେସ୍‌ ବ୍ୟାଙ୍କ୍‌ ଦୁର୍ନୀତି ମାମଲାରେ ହାଜର ହେବା ପାଇଁ ତାଙ୍କ ଉପରେ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।

ୟେସ୍‌ ବ୍ୟାଙ୍କରେ ହୋଇଥିବା ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ପଦାକୁ ଆସିବା ପରେ ଏବେ ଏହାର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମିଳିତ ଭାବେ କରୁଛନ୍ତି। ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବର୍ତ୍ତମାନ ଋଣ ଭାରାରେ ବୁଡ଼ି ରହିଥିବା ଅନୀଲ ଅମ୍ବାନୀ ତାଙ୍କ ଗ୍ରୁପ୍‌କୁ ବ୍ୟାଙ୍କ ଋଣ ପ୍ରଦାନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହା ସତ୍ତ୍ୱେ ଅନୀଲ ଅମ୍ବାନୀ ଓ ତାଙ୍କ ରିଲାଏନ୍ସ ଗ୍ରୁପ୍‌ ୟେସ୍‌ ବ୍ୟାଙ୍କ୍‌ରୁ କୋଟି କୋଟି ଟଙ୍କାର ଋଣ ହାତେଇବାରେ ସମର୍ଥ ହେବା ସହ ୟେସ୍‌ ବ୍ୟାଙ୍କ୍‌ରେ ହୋଇଥିବା ମନି ଲଣ୍ଡରିଂ ମାମଲାରେ ସଂପୃକ୍ତ ଥିଲେ।

Mumbai Mirror

ଏକଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ତଦନ୍ତ କାଳରେ ଜଣାପଡ଼ିବା ପରେ ୟେସ୍‌ ବ୍ୟାଙ୍କ୍‌ ଦୁର୍ନୀତି ମାମଲାରେ ହାଜର ହେବା ପାଇଁ ତାଙ୍କ ଉପରେ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ତେବେ, ସ୍ୱାସ୍ଥ୍ୟ ଖରାପର ଆଳ ଦେଖାଇ ଅନୀଲ ଅମ୍ବାନୀ ଇଡି ସମ୍ମୁଖରେ ହାଜର ହେବା ପାଇଁ ସମୟ ନେଇଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର