ମୁମ୍ବାଇ: ପୁଣି ବିବାଦରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ। ପୂର୍ବତନ ପୁଲିସ କମିସନର ପରମବୀର ସିଂହ ୧୦୦କୋଟି ବଟି ଆଦାୟ କରିବାକୁ ଅନିଲ ଦେଖମୁଖ ଆଦେଶ ଦେଉଥିବା ନେଇ ଅଭିଯୋଗ କରିଥିବା ବେଳେ ଏବେ ଅନିଲ ଦେଖମୁଖଙ୍କ ଉପରେ ଆଉ ଏକ ଗମ୍ଭୀର ଆରୋପ ଲଗାଇଛନ୍ତି ଗିରଫ ପୁଲିସ ଅଧିକାରୀ ସଚିନ ଭାଜେ। ଏନଆଇଏକୁ ଚିଠି ଲେଖି ଅନିଲ ଦେଖମୁଖ ଏବଂ ଅନିଲ ପରବଙ୍କ ଉପରେ ‌ଜୋରଜବରଦସ୍ତ ବଟି ଆଦାୟ କରୁଥିବାର ଆରୋପ ଲଗାଇଛନ୍ତି ସଚିନ ଭାଜେ।

Advertisment

publive-image indiatoday

ଚିଠିରେ ସେ ଲେଖିଛନ୍ତି ଯେ, ଏନସିପି ମୁଖ୍ୟ ଶରଦ ପୱାର ୨୦୨୦ମସିହାରେ ମୋର ନିଲମ୍ବିତ ଆଦେଶ ପ୍ରତ୍ୟାହାରକୁ ବିରୋଧ କରିଥିଲେ। ମୁଁ ପୁଣି ଥରେ ମୁମ୍ବାଇ ପୁଲିସରେ ସାମିଲ ନହୁଏ ବୋଲି ସେ ଚାହୁଁଥିଲେ। ଏହା ପରେ ଅନିଲ ଦେଶମୁଖ ଶରଦ ପୱାରଙ୍କୁ ରାଜି କରାଇବା ପାଇଁ ମୋତେ ୨କୋଟି ଟଙ୍କା ଦେବାକୁ କହିଥିଲେ। ମୁଁ ଏତେ ପରିମାଣର ଅର୍ଥ ଦେବାକୁ ମୋର ଅକ୍ଷମତା ପ୍ରକାଶ କରିବା ପରେ ଗୃହମନ୍ତ୍ରୀ ମୋତେ ପରେ ଦେବାକୁ କହିଥିଲେ। ମହାରାଷ୍ଟ୍ର ପରିବହନ ମନ୍ତ୍ରୀ ଅନିଲ ପରାବ ମଧ୍ୟ ମୋତେ ବିଏମସି ସହ ଜଡିତ ୫୦କଣ୍ଟ୍ରାକ୍ଟରଙ୍କଠାରୁ ୨କୋଟି ଲେଖାଏଁ ଆଣିବାକୁ କହିଥିଲେ।