ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି ଶରଦ ଗୋଷ୍ଠୀ ନେତା ଅନୀଲ ଦେଶମୁଖଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ।
ସେ ନାଗପୁରର କାଟୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ନରଖେଡରୁ ଏକ ନିର୍ବାଚନୀ ସଭା ସାରି କାଟୋଲ ଅଭିମୁଖେ ଆସୁଥିବା ବେଳେ କାଟୋଲର ଜଲାଲଖେଡା ରୋଡରେ କେତେକ ବ୍ୟକ୍ତି ତାଙ୍କ ଗାଡି ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ, ଯାହାକି ଅନୀଲ ଦେଶମୁଖଙ୍କ ମୁଣ୍ଡରେ ବାଜିଥିଲା ଏବଂ ସେ ଆହତ ହୋଇଥିଲେ । ଅନୀଲ ଦେଶମୁଖଙ୍କୁ ଚିକିତ୍ସା ପାଇଁ କାଟୋଲର ଏକ ଡାକ୍ତରଖାନାକୁ ନିଆଯାଇଛି ।
ମହାବିକାଶ ଅଘାଡି ପକ୍ଷରୁ ଅନୀଲ ଦେଶମୁଖଙ୍କ ପୁଅ ସଲିଲ ଦେଶମୁଖ କାଟୋଲରୁ ନିର୍ବାଚନ ଲଢୁଥିବା ବେଳେ ଅନୀଲ ଦେଶମୁଖ ସଲିଲ ଦେଶମୁଖଙ୍କ ପାଇଁ ପ୍ରଚାର କରିବା ପାଇଁ ନରଖେଡ ଯାଇଥିଲେ । ସେମାନେ କାରରେ ବସିଥିବା ବେଳେ ସେମାନଙ୍କ ଗାଡ଼ି ଉପରକୁ ପଥର ମାଡ଼ ହୋଇଥିଲା। ପଥର ତାଙ୍କ ମୁଣ୍ଡରେ ବାଜିବା ସହ ତାଙ୍କ ମୁଣ୍ଡଫାଟି ସେଥିରୁ ରକ୍ତ ବାହାରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
