ମୁମ୍ବାଇ : ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନ୍ସିପି ନେତା ଅନିଲ ଦେଶମୁଖ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ସଂଜୀବ ପାଲାଣ୍ଡେଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି। ହୃଦରୋଗ ପାଇଁ ଦେଶମୁଖ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ତାଙ୍କ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା ଗ୍ରହଣ କରୁଛନ୍ତି। ଦେଶମୁଖଙ୍କ ବିରୋଧରେ ବିପୁଳ ଅର୍ଥ ହେରଫେର ମାମଲା ରହିଛି ଯାହା ଦେଶର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଛି। ତାଙ୍କ ବିରୋଧରେ ଏହି ମାମଲା ୨୦୨୧ ଏପ୍ରିଲରେ ରୁଜୁ ହୋଇଥିଲା।
ସୂଚନାଯୋଗ୍ୟ, ୨୦୨୧ ମାର୍ଚ୍ଚରେ ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମ ବୀର ସିଂ ଅଭିଯୋଗ କରିଥିଲେ ଯେ ମହା ବିକାଶ ଆଘାଡି ସରକାରର ତତ୍କାଳୀନ ଗୃହମନ୍ତ୍ରୀ ଦେଶମୁଖ ମୁମ୍ବାଇର ରେଷ୍ଟୁରାଣ୍ଟ ଏବଂ ବାରରୁ ମାସକୁ ୧୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ପୁଲିସ ଅଧିକାରୀଙ୍କୁ ଟାର୍ଗେଟ ଦେଇଥିଲେ। ଏ ବାବଦରେ ତଦନ୍ତରୁ କେତେକ ବଳିଷ୍ଠ ପ୍ରମାଣ ମିଳିବା ପରେ ଦେଶମୁଖଙ୍କୁ ଗିରଫ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/Anil-Deshmukh.jpeg)