ଅଭିଯାନକୁ ସମର୍ଥନ ସୁଅ, ଝିଅମାନେ ପ୍ରତି କ୍ଷେତ୍ରରେ ଉତ୍ତମ: ଅନୀଲ କପୁର

ମୁମ୍ବାଇ: ବଲିଉଡ୍‌, ଗଣମାଧ୍ୟମ ଏବଂ କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରର ସେଲିବ୍ରିଟିଙ୍କ ଯୌନ କାରନାମାର ପର୍ଦ୍ଦାଫାସ କରୁଥିବା ମି ଠୁ ଅଭିଯାନକୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି। ବଲିଉଡ୍‌ ଷ୍ଟାର୍‌ ପରିଣୀତି ଚୋପ୍ରା, ଅର୍ଜୁନ୍ କପୁର ଏହି ଅଭିଯାନକୁ ସମର୍ଥନ କରିବା ସହିତ ଶିଳ୍ପରେ ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି। ଅଭିନେତ୍ରୀମାନେ ସେମାନଙ୍କ ବିରୋଧରେ ହେଉଥିବା ନିର୍ଯାତନାକୁ ରୋକିବା ସହ ଏ ବାବଦରେ ସ୍ବର ଉଠାଇବା ଆବଶ୍ୟକ ବୋଲି ସେମାନେ ଦର୍ଶାଇଛନ୍ତି। ବଲିଉଡ୍‌ ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ଝିଅ ଶ୍ବେତା ନନ୍ଦା ମଧ୍ୟ ମି ଠୁ ଅଭିଯାନକୁ ସମର୍ଥନ କରି କହିଛନ୍ତି, ମୁଁ ଜଣେ ମହିଳା। ତେଣୁ ମହିଳାଙ୍କ ବିରୋଧରେ ହେଉଥିବା ନିର୍ଯାତନାକୁ ବି‌େରାଧ କରୁଛି ଏବଂ ଯେଉଁମାନେ ସେମାନଙ୍କ ନିର୍ଯାତନା ଘଟଣା ସର୍ବସମ୍ମୁଖକୁ ଆଣୁଛନ୍ତି, ସେମାନଙ୍କୁ ଦୃଢ଼ ସମର୍ଥନ ଜଣାଉଛି। ଅଭିନେତା ଅନୀଲ କପୁର ଏହି ଅଭିଯାନକୁ ସମର୍ଥନ ଜଣାଇବା ସହିତ ଯୌନ ଉତ୍ପୀଡ଼କଙ୍କୁ ସାମ୍ନାକୁ ଆଣିବା ପାଇଁ ଏହା ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ମୋ ଘରେ ୩ ଜଣ ମହିଳା ଅଛନ୍ତି ଏବଂ ସେମାନେ ସମସ୍ତେ ସୁରକ୍ଷିତ। ମୋ ପାଇଁ ଝିଅମାନେ ପ୍ରତି କ୍ଷେତ୍ରରେ ଉତ୍ତମ ଏବଂ ସେମାନଙ୍କୁ ମୁଁ ସବୁବେଳେ ସମ୍ମାନ ଦେଇଆସିଛି।

ସମ୍ବନ୍ଧିତ ଖବର