ଚନ୍ଦ୍ର ଓ ମଙ୍ଗଳ ଅଭିଯାନରେ ଯିବେ ଭାରତୀୟ ବଂଶେଦ୍ଭବ ଅନିଲ ମେନନ୍

କାଲିଫର୍ଣ୍ଣିଆ: ନାସା ସୋମବାର ୧୦ଜଣ ନୂତନ ମହାକାଶଚାରୀଙ୍କୁ ମନୋନୀତ କରିଛି, ଯେଉଁମାନଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଦ୍ଭବ ମଧ୍ୟ ଅଛନ୍ତି | ଏହି ଭାରତୀୟ ବଂଶେଦ୍ଭବ ଡାକ୍ତରଙ୍କ ନାମ ଅନିଲ ମେନନ୍ ହୋଇଥିବାବେଳେ ସେ  ଏଲନ୍ ମସ୍କଙ୍କ ମହାକାଶ ଯାତ୍ରା ପ୍ରକଳ୍ପ  ସ୍ପେସ୍ ଏକ୍ସର ମେଡିକାଲ୍ ନିର୍ଦ୍ଦେଶକ ଅଛନ୍ତି | ସେ ଆମେରିକାର ମିନନ୍ସୋଟାରେ ରହୁଥିବା ବେଳେ ଆମେରିକା ବାୟୁସେନାରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ମଧ୍ୟ ଅଛନ୍ତି। ଏହି ନୂତନ ମହାକାଶଚାରୀଙ୍କ ମଧ୍ୟରେ ଅଧିକାଂଶ ସାମରିକ ପାଇଲଟ୍ ହୋଇଥିବା ବେଳେ ହ୍ୟୁଷ୍ଟନରେ ଏକ ସମାରୋହରେ ସ୍ପେସ୍ ଏଜେନ୍ସି ‘ନ୍ୟାସନାଲ୍ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍’ (ନାସା) ୬ ଜଣ ପୁରୁଷ ଏବଂ ଚାରିଜଣ ମହିଳା ମହାକାଶଚାରୀଙ୍କ ବାବଦରେ ଘୋଷଣା କରିଛି | ସୂଚନା ମୁତାବକ ଅନୀଲ ମେନନଙ୍କ ପିତା ଭାରତୀୟ ହୋଇଥିବାବେଳେ ମାତା ମୂଳତଃ ୟୁକ୍ରେନର ଥିଲେ |

ସେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ, ଚନ୍ଦ୍ର ଏବଂ ଶେଷରେ ମଙ୍ଗଳ ଗ୍ରହ ମିଶନ ଯୋଜନା କରିବେ | ଏହା ପୂର୍ବରୁ ସେ ବିଭିନ୍ନ ମିଶନରେ ନାସାରେ କ୍ରୁ ଫ୍ଲାଇଟ୍ ସର୍ଜନ ଭାବରେ କାର୍ଯ୍ୟ କରିଛନ୍ତି ଯାହା ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ନେଇଛି | ନିକଟରେ ସେ ସ୍ପେସ ଏକ୍ସର ସେହି ଫ୍ଲାଇଟରେ ସର୍ଜନ ଥିଲେ, ଯାହାକି ମଣିଷଙ୍କୁ ନେଇ ପ୍ରଥମଥର ପାଇଁ ଅନ୍ତରୀକ୍ଷକୁ ଯାଇଥିଲା |

୧୯୭୬ରେ ଜନ୍ମ ହୋଇଥିବା ଅନିଲ ମେନନ୍ ଆନ୍ନା ମେନନଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛି | ଅନିଲ ଅନେକ ଥର ଭାରତ ଗସ୍ତ କରିଛନ୍ତି। ତେବେ ଏହି ମିଶନ ପାଇଁ ୧୨ ହଜାରରୁ ଅଧିକ ଲୋକ ଆବେଦନ କରିଥିଲେ। ୩୦ରୁ ୪୦ ବର୍ଷ ମଧ୍ୟରେ ମନୋନୀତ ୧୦ ଜଣଙ୍କୁ ପ୍ରଥମ ଦୁଇ ବର୍ଷ ପାଇଁ ତାଲିମ ଦିଆଯିବ ଯାହା ସେମାନଙ୍କୁ ‘ସ୍ପେସ୍ ଫ୍ଲାଇଟ୍’ରେ ଯାତ୍ରା କରିବାକୁ ଯୋଗ୍ୟ ହୋଇପାରିବେ |

ସମ୍ବନ୍ଧିତ ଖବର