କେରଳ ରାସ୍ତାରେ ଶାଳିଆ ପତନୀ, କର୍ଣ୍ଣାଟକ ବଜାରରେ ବଣ ମଇଁଷି

କୋଝିକୋଡ଼: କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ଯୋଗୁଁ ଏବେ ସବୁଠି ଖାଁ ଖାଁ। ଲୋକେ ରାସ୍ତାକୁ ବାହାରୁ ନାହାନ୍ତି। ଜନମାନବଶୂନ୍ୟ ରାସ୍ତାରେ ଏବେ ବନ୍ୟ ପ୍ରାଣୀମାନେ ବୁଲୁଥିବା ଦେଖିବାକୁ ମିଳୁଛି। କେରଳର କୋଝିକୋଡ଼ରେ ଏକ ଶାଳିଆ ପତରି ରାସ୍ତା ଅତିକ୍ରମ କରୁଥିବା ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିଛି ଲୋକ ଏହି ଶାଳିଆ ପତରିକୁ କିଛି ସମୟ ପାଇଁ ଅଟକ ରଖିବା ପରେ ପୁଣି ଛାଡ଼ିଦେଇଛନ୍ତି। ସେହିଭଳି କର୍ଣ୍ଣାଟକର ଏକ ବଜାର ଭିତରେ ବଣ ମଇଁଷି ବୁଲୁଥିବା ଦେଖିବାକୁ ମିଳିଛି। ଜଣେ ଫରେଷ୍ଟ ଅଫିସର ନିକଟରେ ଏ ସଂକ୍ରାନ୍ତ ଏକ ଭିଡିଓ ପୋଷ୍ଟ କରିବା ପରେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର