ଅନିନ୍ଦିତା ପୂଜାରୀ ହେଲେ ବିଏଆଇ ଉପସଭାପତି, ପ୍ରଥମ ଓଡ଼ିଆ

ନୂଆଦିଲ୍ଲୀ : ଦ ବାର୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ବିଏଆଇ)ର ଉପସଭାପତି ଭାବେ ସୁପ୍ରିମକୋର୍ଟ ‘ଆଡଭୋକେଟ୍‌ ଅନ୍‌ ‌ରେକର୍ଡ’ ଅନିନ୍ଦିତା ପୂଜାରୀ ନିର୍ବାଚିତ ହୋଇଛନ୍ତି। ବିଏଆଇ ଉପସଭାପତି ଭାବେ ନିର୍ବାଚିତ ହେବାରେ ସେ ପ୍ରଥମ ଓଡ଼ିଆ। ଏହି ପଦରେ ସେ ଦୁଇ ବର୍ଷ ରହିବେ। ଏହା ପୂର୍ବରୁ ସେ ବିଏଆଇର ଦୁଇ ଥର ସାଧାରଣ ସଂପାଦିକା (ଅବୈତନିକ) ଭାବେ କାର୍ଯ୍ୟ କରିଛନ୍ତି।

୧୯୬୦ରେ ସ୍ଥାପିତ ବିଏଆଇ ଭାରତର ଆଇନଜୀବୀଙ୍କ ସ୍ବେଚ୍ଛାକୃତ ଶୀର୍ଷ ସଂଗଠନ। ରାଉରକେଲା ବାସିନ୍ଦା ଅନିନ୍ଦିତା ଗତ ୨୫ ବର୍ଷ ହେଲା ସୁପ୍ରିମକୋର୍ଟରେ ଓକିଲାତି କରୁଛନ୍ତି। ଗତ ୮ ବର୍ଷ ହେଲା ସେ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପ୍ୟାନେଲ ଆଡଭୋକଟ୍‌ ରୂପେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ପରିଚାଳନା କରୁଛନ୍ତି। ତାଙ୍କ ସହ ୨୦୨୩-୨୦୨୫ ବର୍ଷ ପାଇଁ ବିଏଆଇର ପଦାଧିକାରୀ ଓ କାର୍ଯ୍ୟନିର୍ବାହୀ ସଭ୍ୟଙ୍କ ନିର୍ବାଚନ ଫଳ ଆଜି ଘୋଷଣା ହୋଇଛି। ‌ଆଇନଜୀବୀ ପ୍ରଶାନ୍ତ କୁମାର ବିଏଆଇ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର