ବିଗବସ-୧୮ରେ ସାମିଲ ହେବାପରେ କ୍ଷମା ମାଗିଲେ କଥାବାଚକ

Advertisment

ବିଗବସ-୧୮ର ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବାପରେ ଅନିରୁଦ୍ଧାଚାର୍ଯ୍ୟ ଭକ୍ତମାନଙ୍କୁ କ୍ଷମା ମାଗି କହିଛନ୍ତି, ‘ଆପଣମାନେ ଅସନ୍ତୋଷ ହୁଅନ୍ତୁ ନାହିଁ। ମୁଁ ସୋ’କୁ ଗୀତା ଓ ସନାତନ ଧର୍ମର ପ୍ରଚାର ପାଇଁ ଯାଇଥିଲି।’

ବିଗବସ-୧୮ର ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବାପରେ ଅନିରୁଦ୍ଧାଚାର୍ଯ୍ୟ ଭକ୍ତମାନଙ୍କୁ କ୍ଷମା ମାଗି କହିଛନ୍ତି, ‘ଆପଣମାନେ ଅସନ୍ତୋଷ ହୁଅନ୍ତୁ ନାହିଁ। ମୁଁ ସୋ’କୁ ଗୀତା ଓ ସନାତନ ଧର୍ମର ପ୍ରଚାର ପାଇଁ ଯାଇଥିଲି।’

ବପନ

ନୂଆଦିଲ୍ଲୀ: ବିଗବସ-୧୮ର ଉଦଘାଟନୀ କାର୍ଯ୍ୟକ୍ରମରେ କଥାବାଚକ ଅନିରୁଦ୍ଧାଚାର୍ଯ୍ୟଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ବିଗବସର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅନିରୁଦ୍ଧାଚାର୍ଯ୍ୟ ସଲମାନ ଖାନଙ୍କୁ ଭାଗବତ ଗୀତ ଉପହାରରେ ଦେଇଥିଲେ।

ତେବେ ବିଗବସ ୧୮ର ଉଦଘାଟନୀ କାର୍ଯ୍ୟକ୍ରମରେ ଅନିରୁଦ୍ଧାଚାର୍ଯ୍ୟଙ୍କ ଉପସ୍ଥିତିକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଘଟଣାକୁ ନେଇ ବିବାଦ ସୃଷ୍ଟି ହେବାପରେ ଅନିରୁଦ୍ଧାଚାର୍ଯ୍ୟ ତାଙ୍କ ଭକ୍ତିମାନଙ୍କୁ କ୍ଷମା ମାଗିଛନ୍ତି। ଅନିରୁଦ୍ଧାଚାର୍ଯ୍ୟ ଭକ୍ତିମାନଙ୍କୁ କ୍ଷମା ମାଗି  କହିଛନ୍ତି, ‘ଆପଣମାନେ ଅସନ୍ତୋଷ ହୁଅନ୍ତୁ ନାହିଁ। ମୁଁ ସୋ’କୁ ଗୀତା ଓ ସନାତନ ଧର୍ମର ପ୍ରଚାର ପାଇଁ ଯାଇଥିଲି।’

ବିଗବସ ୧୮ରେ ଅନିରୁଦ୍ଧାଚାର୍ଯ୍ୟଙ୍କୁ ନେଇ ଲୋକେ ଅସନ୍ତୋଷ ହେବାର ମୁଖ୍ୟକାରଣ ହେଉଛି ତାଙ୍କର ଏକ ନକଲି ଫଟୋ ସୋସିଆଲ ମିଡିଆରେ ଭାଇରାଲ ‌ହୋଇଛି। ଯେଉଁଥିରେ ଅନିରୁଦ୍ଧାଚାର୍ଯ୍ୟ ମଞ୍ଚ ଉପରେ ସଲମାନଙ୍କ ପାଦସ୍ପର୍ଶ କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ନକଲି ବୋଲି ଜଣାପଡ଼ିବା ପ‌ରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଏଭଳି ଫଟୋ ଏଡଟିଂ କରିବା ଘଟଣାରେ ସାମିଲ ଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରି ନେଇଛି।

ଏନେଇ ଅନିରୁଦ୍ଧାଚାର୍ଯ୍ୟ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି। ଯେଉଁଥିରେ ଅନିରୁଦ୍ଧାଚାର୍ଯ୍ୟ ଓ ସଲମାନଙ୍କ ନକଲି ଫଟୋ ତିଆରି କରି ପୋଷ୍ଟ କରିଥିବା ଅଭିଯୁକ୍ତର ଛବି ଦେଖିବାକୁ ମିଳୁଛି। ଗିରଫ ଅଭିଯୁକ୍ତର ନାମ ମହମ୍ମସ ଆସିଫ ଅଲି ଥିବା ଜଣାପଡ଼ିଛି। ଯିଏକି ଚିଲହାରି ଗ୍ରାମର ନିବାସୀ।

ମହମ୍ମସ ଆସିଫ ଅଲି ବିରୋଧରେ ଅଭିଯୋଗ ହୋଇଛି କି ସେ ସଲମାନ ଓ ଅନିରୁଦ୍ଧାଚାର୍ଯ୍ୟଙ୍କ ଫଟୋକୁ ଏଭଳି ଭାବେ ଏଡିଟିଂ କରିଛି ଯାହାକୁ ‌ଦେଖିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ହିଂସା ଭାବନା ‌ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe