ଟରୋଣ୍ଟ : ଭାରତୀୟ ବଂଶୋଦ୍ଭବ କାନାଡ଼ୀୟ ରାଜନେତା ଅନୀତା ଆନନ୍ଦ କାନାଡ଼ାର ନୂଆ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିବାପରେ ଅନୀତା ଆନନ୍ଦ ନୂଆ ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି। କାନାଡ଼ାରେ ଦୀର୍ଘ ଦିନ ଧରି ପ୍ରତିରକ୍ଷା ମନ୍ତ୍ରୀ ଥିବା ଅନ୍ୟଜଣେ ଭାରତୀୟ ବଂଶୋଦ୍ଭବ ହରଜିତ ସଜ୍ଜନଙ୍କ ସ୍ଥାନରେ ଅନୀତା ଏହି ନୂଆ ଦାୟିତ୍ବ ନେଇଛନ୍ତି। ଅନ୍ୟପକ୍ଷେ ସଜ୍ଜନ ଅନ୍ତର୍ଜାତୀୟ ବିକାଶ ସଂସ୍ଥାରେ ମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। କାନାଡ଼ାର ନୂଆ କ୍ୟାବିନେଟ୍ରେ ୩୮ ସଦସ୍ୟ ରହିଛନ୍ତି। କ୍ୟାବିନେଟରେ ଅଧା ସଦସ୍ୟ ମହିଳା ରହିଛନ୍ତି। ଆନନ୍ଦ ଦ୍ବିତୀୟ ମହିଳା ଭାବେ କାନାଡ଼ାର ପ୍ରତିରକ୍ଷା ମନ୍ତ୍ରୀ ହୋଇଛନ୍ତି। ଗ୍ଲୋବାଲ୍ ନ୍ୟୁଜ୍ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଅନୀତା ଆନନ୍ଦ ଏହି ପଦବି ପାଇଁ ପ୍ରତିରକ୍ଷା ଶିଳ୍ପ ବିଶେଷଜ୍ଞଙ୍କ ମଧ୍ୟରେ ଜଣେ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଥିଲେ। ଜଣେ କର୍ପୋରେଟ୍ ଓକିଲ ଭାବେ ତାଙ୍କର ପୃଷ୍ଟଭୂମି ଅତି ସୁଦୃଢ଼। ଆନନ୍ଦଙ୍କ ସମେତ ୩ ଜଣ ଭାରତୀୟ ବଂଶୋଦ୍ଭବ କାନାଡ଼ୀୟ ରାଜନେତା ଟ୍ରୁଡୁଙ୍କ କ୍ୟାବିନେଟ୍ରେ ସ୍ଥାନ ପାଇଛନ୍ତି।
ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ କାନାଡ଼ାର ନୂଆ ପ୍ରତିରକ୍ଷା ମନ୍ତ୍ରୀ
/sambad/media/post_attachments/wp-content/uploads/2021/10/tehh654h7w987hr4h65rw4h65wr56h65wrhhwrrhr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)