ଚେନ୍ନାଇ: ତାମିଲନାଡ଼ୁ ବିଧାନସଭାରେ ଆସ୍ଥା ଭୋଟ ହେବା ପ୍ରତି ମାଡ୍ରାସ ହାଇକୋର୍ଟ ଲଗାଇଥିବା ରହିତାଦେଶର ମିଆଦ ବୃଦ୍ଧି କରିଛନ୍ତି। ସାନି ନିର୍ଦ୍ଦେଶ ନଦେବା ପର୍ଯ୍ୟନ୍ତ ବିଧାନସଭାରେ ଆସ୍ଥାଭୋଟ ହୋଇପାରିବନି ବୋଲି ବିଚାରପତି ଏମ୍ ଦୁରାଇସ୍ୱାମୀ ତାଙ୍କ ଅନ୍ତରୀଣ ଆଦେଶନାମାରେ କହିିଛନ୍ତି। ଏହାସହ ଆନ୍ନାଡିଏମ୍କେର ୧୮ ଅଯୋଗ୍ୟ ବିଧାୟକଙ୍କ ଆସନପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନକରିବାକୁ ନିର୍ବାଚନ କମିସନଙ୍କ ଉପରେ କୋର୍ଟ କଟକଣା ଲଗାଇଛନ୍ତି। ଆସନ୍ତା ଅକ୍ଟୋବର ୪ରେ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।
ଦିନାକରନଙ୍କ ଗୋଷ୍ଠୀର ୧୮ଜଣ ଆନ୍ନାଡିଏମ୍କେ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଥିବାରୁ ଏହା ବିରୋଧରେ ୮ଜଣ ବିଧାୟକଙ୍କ ହାଇକୋର୍ଟରେ ଆବେଦନ କରିଥିଲେ। ସେମାନେ ଦଳବଦଳ କରିନଥିବାବେଳେ ବାଚସ୍ପତିଙ୍କ ହୁଇପ୍କୁ ମଧ୍ୟ ଅମାନ୍ୟ କରିନଥିବାରୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବାର ବୈଧତା ନେଇ ସେମାନେ ପ୍ରଶ୍ନ କରିଥିଲେ। ତୁରନ୍ତ ଆସ୍ଥାଭୋଟ କରାଯିବାପାଇଁ ରାଜ୍ୟପାଳଙ୍କୁ ଆଦେଶ ଦେବାକୁ ସେମାନେ କୋର୍ଟର ଆଶ୍ରୟ ନେଇଥିବାବେଳେ ସରକାରଙ୍କୁ ରକ୍ଷା କରିବାକୁ ସେମାନଙ୍କୁ ଅଯୋଗ୍ୟ କରାଯାଇଛି ବୋଲି ସେମାନେ କହିଥିଲେ।
ଆନ୍ନାଡିଏମ୍କେର ଏହି ବିଦ୍ରୋହୀ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଇକେଏସ୍ ପଲାନିସାମିଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିଥିବାରୁ ବାଚସ୍ପତି ପି ଧନପାଲ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରି ଆସ୍ଥାଭୋଟ କରାଇବାକୁ ଆୟୋଜନ ଚଳାଇଥିବା ବିଧାୟକମାନେ ସେମାନଙ୍କ ଆବେଦନରେ ଅଭିଯୋଗ କରିଥିଲେ। ଗତ ବୁଧବାର ଦିନ କୋର୍ଟ ଏହି ବିଧାୟକମାନଙ୍କ ଆବେଦନର ଶୁଣାଣି କରି ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ଆସ୍ଥାଭୋଟ କରାଯିବା ଉପରେ ରୋକ୍ ଲଗାଇଥିଲେ। ଆଜି ଏହି ମିଆଦ ଶେଷ ହେଉଥିବାବେଳେ କୋର୍ଟ ଆସ୍ଥାଭୋଟ ଉପରେ ପୂର୍ବ ଆଦେଶକୁ ସଂପ୍ରସାରିତ କରିଛନ୍ତି।
ଆନ୍ନାଡିଏମ୍କେ ରାଜନୀତି: ଆସ୍ଥାଭୋଟ ରହିତାଦେଶର ମିଆଦ ବଢ଼ିଲା
ଅଯୋଗ୍ୟ ବିଧାୟକଙ୍କ ଆସନପାଇଁ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ଉପରେ କଟକଣା
/sambad/media/post_attachments/wp-content/uploads/2017/09/Madras-High-Court.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)