ଅହମଦନଗର: କେନ୍ଦ୍ରରେ ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତର ନିୟୁକ୍ତିକୁ ନେଇ ମହାରାଷ୍ଟ୍ରସ୍ଥିତ ନିଜ ଗ୍ରାମ ରାଲେଗଣ ସିଦ୍ଧିରେ ସାତଦିନ ପର୍ଯ୍ୟନ୍ତ ଚାଲିଥିବା ଅନଶନ ପରେ ସମାଜସେବୀ ଅନ୍ନା ହଜାରେ (୮୨)ଦୁର୍ବଳ ହୋଇପଡ଼ିଛନ୍ତି। ଗୁରୁବାର ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରିବାକୁ ପଡ଼ିଛି। ଅନ୍ନା ହଜାରେଙ୍କ ଶରୀର ଦୁର୍ବଳ ହୋଇଯିବା ସହିତ ତାଙ୍କ ମୁଣ୍ଡା ବୁଲାଉଥିବା ଜଣାପଡ଼ିଛି। ଚିକିତ୍ସା ଚାଲିଥିବା ସମୟରେ ଅନ୍ନାଙ୍କ ମସ୍ତିଷ୍କକୁ ରକ୍ତ ପ୍ରବାହ ଠିକ୍ ଭାବେ ହୋଇ ପାରୁ ନାହିଁ ବୋଲି ଡାକ୍ତର ବାପୁ କାନ୍ଦେକର ସୂଚନା ଦେଇଛନ୍ତି। ଗତଦୁଇଦିନ ହେବ ଅନ୍ନା ମାନିସକ ରୋଗରେ ପଡ଼ିଥିବା ଜଣାପଡ଼ିଥିଲା।
ଅନ୍ନା ହଜାରେ ଏତେ ଦୁର୍ବଳ ହୋଇ ପଡ଼ିଛିନ୍ତି କି ସେ ନିଜ ଚାଲି ପାରୁ ନାହାନ୍ତି। ତାଙ୍କୁ ହୁଇଲ୍ ଚ୍ୟାୟାର ସାହାଯ୍ୟରେ ଆମ୍ବୁଲାନ୍ସ ଯୋଗେ ନିଆ ଅହମଦନଗରର ଏକ ଘରୋଇ ହସ୍ପିଟାଲ୍ର ଆଇସିୟୁରେ ଭର୍ତ୍ତି କରାଯାଇଛି।
ଅନ୍ନା ହଜାରେଙ୍କ ସହଯୋଗୀ ସଞ୍ଜୟ ପଠାଡଙ୍କ କହିବାନୁସାରେ, ଅନ୍ନା ହଜାରେ ଚିକିତ୍ସା ପରେ ଟିକେ ସୁସ୍ଥ ଅନୁଭବ କରୁଛନ୍ତି। ତାଙ୍କୁ ବୋଧ ହୁଏ ଶୁକ୍ରବାର ହସପିଟାଲ୍ରୁ ଛୁଟି ମିଳିଯିବ।