ନୂଆଦିଲ୍ଲୀ : ଜନ ଲୋକପାଳ ବିଲ୍ ଲାଗୁ, କୃଷକଙ୍କ ସମସ୍ୟା ଏବଂ ନିର୍ବାଚନ ସଂସ୍କାର ପ୍ରସଙ୍ଗରେ ଆସନ୍ତା ମାସ ୨୩ ତାରିଖରେ ଦିଲ୍ଲୀରେ ଏକ ବିଶାଳ ଆନ୍ଦୋଳନ ପାଇଁ ବର୍ଷୀୟାନ୍ ସମାଜସେବୀ ଆନ୍ନା ହଜାରେ ଆହ୍ଵାନ କରିଛନ୍ତି। ଏଥିପାଇଁ ଜାତୀୟ ସ୍ତରର ୨୪ ଜଣିଆ କୋର୍ କମିଟିର ପ୍ରସ୍ତୁତି ବୈଠକ ନୁଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ନବ ନିର୍ମାଣ କୃଷକ ସଂଗଠନର ମୁଖ୍ୟ ସଂଯୋଜକ ଅକ୍ଷୟ କୁମାର ଯୋଗଦେଇଥିଲେ। ଏହି ପ୍ରସ୍ତାବିତ ଆନ୍ଦୋଳନରେ ବିପୁଳ ସଂଖ୍ୟାରେ କୃଷକ, ସମାଜସେବୀ, ବୁଦ୍ଧିଜୀବୀ ଏବଂ ଛାତ୍ର କିପରି ସାମିଲ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ପ୍ରତି ରାଜ୍ୟରୁ ଅଧିକ ସମର୍ଥନ ଓ ପ୍ରତିନିଧିତ୍ୱ ମିଳିପାରିବା ନେଇ କୋର୍ କମିଟି ସଦସ୍ୟମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ରତର ହେବାକୁ ଥିବାରୁ କୋର୍ କମିଟି ସଦସ୍ୟମାନେ ଏଥିପାଇଁ ସଚେତନତା ସୃଷ୍ଟି କରିବାକୁ କୁହାଯାଇଛି।
ମାର୍ଚ୍ଚ ୨୩ରୁ ଆନ୍ନା ହଜାରେଙ୍କ ଦିଲ୍ଲୀ ଆନ୍ଦୋଳନ : କୋର୍ କମିଟିରେ ଓଡ଼ିଶାର ଅକ୍ଷୟ କୁମାର
/sambad/media/post_attachments/wp-content/uploads/2018/02/anna.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)