ମୋର କୌଣସି ପ୍ରକାରର ସରକାରୀ ସୁରକ୍ଷା ଆବଶ୍ୟକ ନାହିଁ: ଆନ୍ନା ହଜାରେ

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପତ୍ର ଲେଖିଲେ ଆନ୍ନା

ମୁମ୍ବାଇ: ସରକାର ପ୍ରଦାନ କରୁଥିବା କୌଣସି ପ୍ରକାରର ସୁରକ୍ଷା ଆବଶ୍ୟକ ନାହିଁ ବୋଲି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ କହିଛନ୍ତି। ସେ ଏସଂପର୍କରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି।
ଉକ୍ତ ପତ୍ରରେ ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଯଦି ଭବିଷ୍ୟତରେ ତାଙ୍କ ସହ କୌଣସି ଦୁର୍ଘଟଣା ଘଟେ, ତେବେ ଏଥିଲାଗି ସେ ନିଜେ ଦାୟୀ ରହିବେ। ଉକ୍ତ ପତ୍ରରେ ସେ ଲେଖିଛନ୍ତି ଯେ ମନ୍ଦିରରେ ରହୁଥିବା ତାଙ୍କ ଭଳି ଜଣେ ଫକୀରର ସୁରକ୍ଷା ବାବଦରେ ସରକାର ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରୁଛନ୍ତି। ଲୋକଙ୍କଠାରୁ କର ଆକାରରେ ଆଦାୟ ହେଉଥିବା ଟଙ୍କାର ଏଭଳି ଅପବ୍ୟବହାର ତାଙ୍କ ପକ୍ଷେ ଅସହନୀୟ ଅଟେ । ସେ ମୃତ୍ୟୁକୁ ଭୟ କରନ୍ତି ନାହିଁ ବୋଲି ଏଥିରେ ସ୍ପଷ୍ଟୋକ୍ତି କରିଛନ୍ତି। ସୁରକ୍ଷା ଥାଇ ମଧ୍ୟ ଜଣେ ମୃତ୍ୟୁବରଣ†କରିପାରେ ବୋଲି ସେ କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହତ୍ୟା କରାଯାଇଥିବା କଥା ବି ଏହି ଚିଠିରେ ଉଲ୍ଲେଖ କରିଛନ୍ତି ସମାଜସେବୀ ଆନ୍ନା ହଜାରେ।

अन्ना हजारे को हाल ही में जेड श्रेणी की सुरक्षा दिए जाने का फैसला लिया गया है। -फाइल फोटो
Image Source-jagran

ସୂଚନାଯୋଗ୍ୟ, ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଆନ୍ନା ହଜାରେ ନିଜର ଗ୍ରାମ ରାଲେଗାଓଁ ସିଦ୍ଧିଠାରେ ଗତ ଡିସେମ୍ବର ମାସ ୨୦ତାରିଖରୁ ମୌନ ବ୍ରତ ଧାରଣ କରିଛନ୍ତି। ତେବେ ଏଇ ନିକଟରେ ମହାରାଷ୍ଟ୍ର ସରକାର ରାଜ୍ୟର ପ୍ରମୁଖ ବ୍ୟକ୍ତିମାନଙ୍କର ସୁରକ୍ଷାରେ କେତେକ ପରିବର୍ତ୍ତନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ତାହା ଅନୁଯାୟୀ, ଆନ୍ନାଙ୍କ ଓ୍ୱାଇ ଶ୍ରେଣୀର ସୁରକ୍ଷାକୁ ବୃଦ୍ଧି କରି ରାଜ୍ୟ† ସରକାର ତାଙ୍କୁ ଜେଡ୍ ଶ୍ରେଣୀର ସୁରକ୍ଷା ପ୍ରଦାନ କରିଛନ୍ତି ।

ସମ୍ବନ୍ଧିତ ଖବର