ଆନ୍ନା ହଜାରେଙ୍କ ଆନ୍ଦୋଳନ: ରାମଲୀଳା ମଇଦାନରେ ଦେଖାଯାଉନି ଭିଡ

ନୂଆଦିଲ୍ଲୀ: ସମାଜସେବୀ ଆନ୍ନା ହଜାରେଙ୍କ ଆନ୍ଦୋଳନର ତୃତୀୟ ଦିନରେ ରବିବାର ଲୋକଙ୍କର ଭିଡ ଦେଖାଯାଇନଥିଲା । ବିଭିନ୍ନ ଦାବିନେଇ ଆନ୍ନା ସରକାରଙ୍କ ବିରୋଧରେ ମାର୍ଚ୍ଚ ୨୩ରୁ ଆନ୍ଦୋଳନ ଜାରି ରଖିଛନ୍ତି । କିନ୍ତୁ ଆନ୍ନାଙ୍କ ପୂର୍ବ ଆନ୍ଦୋଳନ ଭଳି ଏଥର ଗହଳି ଦେଖାଯାଉନାହିଁ । ରବିବାର ଛୁଟିଦିନ ଥିଲେ ବି ଦିଲ୍ଲୀର ଏହି ପଡିଆ ଖାଲିଖାଲି ଲାଗୁଥିଲା । ଆନ୍ଦୋଳନରେ ଯୋଗଦେବା ପାଇଁ କୃଷକ ଓ ମହିଳାଙ୍କ ବ୍ୟତୀତ ଅନ୍ୟବର୍ଗର ଲୋକମାନେ ଦେଖାଯାଉନଥିଲେ । ତୃତୀୟ ଦିନ ସନ୍ଧ୍ୟା ସୁଦ୍ଧା ପାଖାପାଖି ୪ ରୁ ୫ ହଜାର ଲୋକ ଥିଲେ । ଏହି ଆନ୍ଦୋଳନରେ ଲୋକମାନଙ୍କର ଯେଉଁ ପ୍ରକାରର ଭିଡ ଆଶା କରାଯାଉଥିଲା, ସେଭଳିି ଦେଖାଯାଇନଥିଲାା

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆନ୍ନାଙ୍କ ଦେହ ଅସୁସ୍ଥ ଅଛି । ଏହା ସହିତ ଆନ୍ନାଙ୍କ ସହ ଅନଶନରେ ବସିଥବା କିଛି ସହଯୋଗୀଙ୍କ ଦେହ ମଧ୍ୟ ଅସୁସ୍ଥ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର