ରାଲେଗାନ୍ ସିଦ୍ଧି: କେନ୍ଦ୍ରରେ ଲୋକପାଳ ନିଯୁକ୍ତିରେ ଅହେତୁକ ବିଳମ୍ବ ଘଟୁଥିବାରୁ ଏହାକୁ ବିରୋଧ କରି ସାମାଜିକ କର୍ମୀ ଆନ୍ନା ହଜାରେ ଅକ୍ଟୋବର ୨ ତାରିଖରୁ ଅନଶନ ଧର୍ମଘଟ ଆରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ବିରୋଧରେ ଏହି ଧର୍ମଘଟ କରାଯିବ ବୋଲି ଜଣାଯାଇଛି। ଦୁର୍ନୀତି ବିରୋଧରେ ଲଢ଼େଇ କରିଆସୁଥିବା ଆନ୍ନା ଏ ନେଇ ସୂଚନା ଦେଇ କହିଛନ୍ତି, ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଲୋକପାଳ ନିଯୁକ୍ତି ନେଇ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ। ବର୍ତ୍ତମାନ ପରିପ୍ରେକ୍ଷୀରେ ଦେଶରେ ଲୋକପାଳ ନିଯୁକ୍ତି ଅତ୍ୟନ୍ତ ଜରୁରୀ ହୋଇପଡ଼ିଥିବା ବେଳେ ଏ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି। ତେଣୁ ଚଳିତବର୍ଷ ଅକ୍ଟୋବର ୨ ଅର୍ଥାତ୍ ଗାନ୍ଧୀ ଜୟନ୍ତୀରୁ ମୁଁ ଅନଶନ ଧର୍ମଘଟ ଆରମ୍ଭ କରିବି। ମହାରାଷ୍ଟ୍ରର ଅହମ୍ମଦନଗରସ୍ଥିତ ମୋ ନିଜ ଗ୍ରାମ ରାଲେଗାନ୍ ସିଦ୍ଧିରେ ଏହି ଧର୍ମଘଟ କରାଯିବ। ଏନ୍ଡିଏ ସରକାରଙ୍କୁ ସମାଲୋଚନା କରି ଆନ୍ନା କହିଛନ୍ତି, ସଂସଦରେ ୨୦୧୪ରେ ଲୋକପାଳ ବିଲ୍ ମଞ୍ଜୁରି ଲାଭ କରିବା ପରେ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁର୍ନୀତିକୁ ହଟାଇବା ପାଇଁ ଏ ସରକାରଙ୍କର ଇଚ୍ଛା ନ ଥିବା ଭଳି ଲାଗୁଛି ବୋଲି ଆନ୍ନା କହିଛନ୍ତି।
ଅକ୍ଟୋବର ୨ରୁ ଆନ୍ନାଙ୍କ ଅନଶନ ଧର୍ମଘଟ
ଲୋକପାଳ ନିଯୁକ୍ତି ପ୍ରସଙ୍ଗ
/sambad/media/post_attachments/wp-content/uploads/2018/07/anna-kvn-621x414@LiveMint.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)